ଭୁବନେଶ୍ବର: ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ପରୀକ୍ଷାଫଳ । ଆଇଆଇଟି କାନପୁର ଦ୍ଵାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ଆଇଆଇଟି ଦିଲ୍ଲୀ ଜୋନର ରଜିତ୍ ଗୁପ୍ତା ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ସେ ୩୬୦ ରୁ ୩୩୨ ମାର୍କ ରଖି ଅଲ୍ ଇଣ୍ଡିଆ ରାଙ୍କ ୧ରେ ରହିଛନ୍ତି ।
ସେହିପରି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ହଂସ ଦାରୁକା ଓ ନବନିତ । ଓଡ଼ିଶା ଟପ୍ପର ହୋଇଛନ୍ତି ହଂସ ଦାରୁକା । ସେ ଅଲ୍ ଇଣ୍ଡିଆ ରାଙ୍କ ୩୯ ମାର୍କ ରଖି ସେ ଟପ୍ପର ହୋଇଛନ୍ତି । ସେହିଭଳି ନବନିତ ଅଲ୍ ଇଣ୍ଡିଆ ରାଙ୍କ ୯୭ ରଖି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ।
ଜେଇଇ ଆଡଭାନ୍ସଡ-୨୦୨୫ର ଶ୍ରେଷ୍ଠ ୧୫ ତାଲିକାରେ ଏଥର କେବଳ ଛାତ୍ରମାନେ ରହିଛନ୍ତି । ଛାତ୍ରଛାତ୍ରୀମାନେ jeeadv.ac.in ଓ୍ବେବସାଇଟ୍କୁ ଯାଇ ନିଜର ଫଳାଫଳ ଜାଣିପାରିବେ ।
ସୂଚନା ଅନୁସାରେ, ଗତ ମେ ୧୮ ତାରିଖରେ ଜେଇଇ ଆଡଭାନ୍ସଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୪ ହଜାର ୩୭୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ହଜାର ୪୦୪ ଛାତ୍ରୀ ରହିଛନ୍ତି ।