ମାଲକାନଗିରି : ମାଓ ସଂଗଠନକୁ ବଡ଼ ଝଟକା । ଛତିଶଗଡ ସୁକୁମା ଜିଲ୍ଲାରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ କୁଖ୍ୟାତ ମାଓ ନେତା । ଦୁଇ ହାଡକୋର ମାଓବାଦୀଙ୍କ ମୁଣ୍ଡ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେହିପରି ଛଅ ଜଣଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । ଏମାନେ ସୁକୁମା ବିଜାପୁର ଓ ଦନ୍ତେୱାଡା ଜିଲ୍ଲାର ଅନେକ ହିଂସାକାଣ୍ଡରେ ଜଡିତ ଥିବାସୁକୁମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି । ମାଓ ସଙ୍ଗଠନ ଦୁର୍ବଳ ହେଉଥିବା ବେଳେ ନିଜର ଜିବନ ବଞ୍ଚାଇବା ପାଇଁ ଏମାନେ ଆତ୍ମସମର୍ପଣ କରିଛନ୍ତି । ଏପଟେ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ସୁକୁମା ଏସପି କହିଛନ୍ତି।