ବିବାହ ବନ୍ଧନରେ ଆବଦ୍ଧ ହେଲେ ପିନାକୀ ମିଶ୍ର ଏବଂ ମହୁଆ ମୋଇତ୍ରା ! ଜର୍ମାନୀରେ ନିରାଡ଼ମ୍ବର ଭାବେ ବିବାହ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । ବିବାହ ସମାରୋହ ୩ ମଇରେ ହୋଇଥିବା ସୂଚନା ମିଳିଛି ।
ବର୍ଲିନର ଗ୍ରାଣ୍ଡନବର୍ଗ ଗେଟ ଆଗରେ ସୁନା ଅଳଙ୍କାର ପିନ୍ଧି ହସହସ ମୁହଁରେ ମହୁଆଙ୍କ ଫଟୋ ପ୍ରକାଶ ପାଇଛି । ମହୁଆ ପିନାକୀ ମିଶ୍ରଙ୍କ ହାତ ଧରି ଚାଲୁଥିବା ଫଟୋ ଦି ଟେଲିଗ୍ରାଫରେ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ କ୍ରିଷ୍ଣନଗରର ସାଂସଦ ଅଛନ୍ତି ମହୁଆ ମୋଇତ୍ରା । ପିନାକୀ ମିଶ୍ର ବିଜେଡିର ପୂର୍ବତନ ସାଂସଦ ।
ପିନାକୀ ମିଶ୍ର ପ୍ରଥମେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ । ୧୯୮୪ରେ ପିନାକୀ ସଂଗୀତାଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଦୁଇଟି ପିଲା ରହିଛି । ତେବେ ବିବାହକୁ ନେଇ ଦୁହିଁଙ୍କ ପାଖରୁ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ ।