Ratha yatra 750x430

ପୁରୀ: ସମୟ ଭିତରେ ଗଡିପାରିଲାନି ମହାପ୍ରଭୁଙ୍କ ରଥ । ବିଳମ୍ବ ହେଲା । ସନ୍ଧ୍ୟା ପରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ରାତି ପ୍ରାୟ ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥକୁ ଟିକିଏ ଗଡାଯାଇ ଗତକାଲି ରଥଟଣାକୁ ସ୍ଥଗିତ ରଖରାଯାଇଥିଲା । ସିଂହଦ୍ବାରରେ ଅରୁଣ ସ୍ତମ୍ଭ ଠାରୁ ମାତ୍ର ଟିକିଏ ଗଡିଥିଲା ନନ୍ଦିଘୋଷ । ଏହାପରେ ଆଜି ପୁଣି ଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଚତୁର୍ଦ୍ଧାମୂରତି । ଯାହାକୁ ନେଇ ଏବେ ଅସନ୍ତୋଷ ବଢିବାରେ ଲାଗିଛି ।  କାହିଁକି ଏପରି ବିଭ୍ରାଟ ହେଲେ ବୋଲି ବିରୋଧୀ ଅଙ୍ଗୁଳି ଉଠାଇଥିବା ବେଳେ ସରକାରଙ୍କୁ ପ୍ରଶ୍ନର କାଠଗଡାକୁ ଟାଣିଛନ୍ତି ଭକ୍ତ ।

ଯାହାକୁ ନେଇ ଆଜି ମନ୍ତବ୍ୟ ରଖି ଏହାକୁ କାଳିଆର ଇଚ୍ଛା ବୋଲି କହିଛନ୍ତି । ମହାପ୍ରଭଙ୍କ ରଥ ଯାତ୍ରା ତାଙ୍କ ଇଚ୍ଛାରେ ହୁଏ। ସେ ଚାହିଁଲେ ପହଣ୍ଡି ହେବ। ସେ ରଥରେ ବିରାଜମାନ କରିବେ । ସେ ଯେବେ ଚାହିଁବେ ସେବେ ରଥ ଟଣା ହେବ । ରଥଟଣା ବିଳମ୍ବକୁ କିଛି ଏପରି କହିଛନ୍ତି ମନ୍ତ୍ରୀ । ମହାପ୍ରଭୁଙ୍କ ନିଜ ଇଚ୍ଛାରେ ରଥଯାତ୍ରା ଚାଲିଛି । ଏହା ନୂଆ କଥା ନୁହେଁ । ଅତୀତରେ ମଧ୍ୟ ଦୁଇ ଦିନ ରଥ ଟଣା ହୋଇଛି । ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ରାଜନୀତି ନ ହେଉ ବୋଲି କହି ବିରୋଧୀଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ମନ୍ତ୍ରୀ ।

ସେପଟେ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କଡା ଆକ୍ରମଣ କରିଛନ୍ତି, ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । କହିଛନ୍ତି, ସବୁ ଯଦି ମହାପ୍ରଭୁଙ୍କ ଇଚ୍ଛା, ତାହେଲେ ଆପଣ ଦରମା ନେଉଛନ୍ତି କାହିଁକି ? ମହାପ୍ରଭୁଙ୍କ ନାଁ ନେଇ ସରକାର ନିଜ ଭୁଲ୍ ଘୋଟେଇବାକୁ ଚେଷ୍ଟା କରୁଛନ୍ତି ବୋଲି ପିକୁ କହିଚନ୍ତି । ଏଥିସହିତ ପୂର୍ବ ସରକାର ଏମିତି କରି ଧ୍ବଂସ ହୋଇଥିଲା, ଏବଂ ଏ ସରକାର ବି ସେଇଆ କରି ଭୋଗିବ ବୋଲି ସେ କହିଛନ୍ତି ।

Share