Dho

ଉଦଳା : ଧୋଇଗଲା ଜାମୁଘାଟ ପୋଲ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଉଦଳା – ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଜାମୁଘାଟ ପୋଲ ଧୋଇ ହୋଇଯାଇଛି। ଦେଓ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଜାମୁଘାଟ ପୋଲ ପ୍ରଥମେ ବୁଡ଼ି ଯାଇଥିଲା। ପ୍ରଖର ସ୍ରୋତରେ ଜାମୁଘାଟ ପୋଲ ଧୋଇ ହୋଇ ଯାଇଛି । ପୋଲର ଅର୍ଦ୍ଧାଧିକ ଅଂଶ ଭାଙ୍ଗି ଯାଇଥିବା ବେଳେ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଉଦଳା – ବାଲେଶ୍ୱର ମଧ୍ଯରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଉଭୟ ପାର୍ଶ୍ଵରେ ଲୋକେ ଅଟକି ରହିଥିବା ଦେଖିବାକୁ ମିଳିଛି।

Share