ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଘରୋଇ ହସ୍ପିଟାଲର ଷ୍ଟାଫ୍ ନର୍ସ ମୃତ୍ୟୁ ମାମଲାରେ ମିଳିଲା ସୁଇସାଇଡ୍ ନୋଟ । ମୃତଦେହ ନିକଟରୁ ମିଳିଛି ସୁଇସାଇଡ୍ ନୋଟ୍ । ସୁଇସାଇଡ ନୋଟରେ ମୃତ୍ୟୁକୁ ନେଇ ଅନେକ କିଛି ସୂଚନା ମିଳିପାରେ ବୋଲି ଆଶା କରାଯାଉଛି । ସୁଇସାଇଡ୍ ନୋଟ ସାଙ୍ଗକୁ ମୃତଦେହ ନିକଟରୁ ଏକ ଇଞ୍ଜେକ୍ସନ ମଧ୍ୟ ମିଳିଛି ।
ସୂଚନା ଅନୁସାରେ ରାଜଧାନୀସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତକାଲି ଏହି ଘଟଣା ହସ୍ପିଟାଲ ପରିସରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତକଙ୍କ ନାମ ସୋନାଲି ରାଉତ, ଯିଏ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ସୋନାଲି ହସ୍ପିଟାଲରେ ଡ୍ୟୁଟି କରୁଥିବା ବେଳେ ତାଙ୍କର ଅନୁପସ୍ଥିତି ସହକର୍ମୀମାନେ ଲକ୍ଷ୍ୟ କରିଥିଲେ। ଖୋଜାଖୋଜି ପରେ ସେ ଷ୍ଟାଫ ବାଥରୁମରେ ଅଚେତ ଅବସ୍ଥାରେ ମିଳିଥିଲେ। ଏହାପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଅଧିକ ତଥ୍ୟ ମିଳିବ ବୋଲି ପୋଲିସ କହିଛି ।