Cylinder blast

ଅନୁଗୁଳ: ଫାଟିଲା ଗ୍ୟାସ ଟାଙ୍କି, ଉଡ଼ିଲା ଛାତ । ସିଲିଣ୍ଡର ଫାଟି ତିନି ଗୁରୁତର । ଅନୁଗୁଳ ଜିଲ୍ଲା ନାଲକୋ ଥାନା ମା’ବ୍ରାହ୍ମଣୀ ଦେବୀ ପୀଠ ସମ୍ମୁଖରେ ଅଘଟଣ । ଘରେ ଶୋଇଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଫାଟିବାରୁ ଜୋରରେ ଶବ୍ଦ ହୋଇଥିଲା ଫଳରେ ପଡୋଶି ଉଠିପଡ଼ିଥିଲେ । ନିଆଁ ଜଳୁଥିବା ଦେଖି ପ୍ରଥମେ ନାଲକୋ ପୋଲିସକୁ ଖବର ଦେଇଥିଲେ।

ନାଲକୋ ପୋଲିସ ପ୍ରଥମେ ଅନୁଗୋଳ ଅଗ୍ନିଶମ ବିଭାଗ ଓ ପରେ ନାଲକୋ ସିପିପି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବା ସହ ଗୁରୁତରଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି ।  ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି ।

Share