Screenshot 2025 12 26 102029 739x430

ଭୁବନେଶ୍ୱର: ଖୋର୍ଦ୍ଧା ମହୋତ୍ସବ ୨୦୨୫ ଆଜି ଏକ ଉତ୍ସବ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଞ୍ଚ ହୋଇ ରହିନି, ଏହା ଆଜି ପାଲଟିଛି ବିକାଶର ମଞ୍ଚ, ଏହା କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୫୧୬ କୋଟି ଟଙ୍କାର ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର ଶୁଭରମ୍ଭ କରିଛନ୍ତି। ଏଥିମଧ୍ୟରୁ ୩୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହିତ ୭ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମସ୍ତ ପ୍ରକଳ୍ପ ମାନଙ୍କ ମଧ୍ୟରେ ରାସ୍ତା, ସ୍ୱାସ୍ଥ୍ୟ, ପରିବହନର ପ୍ରକଳ୍ପ ମାନ ସ୍ଥାନିତ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଖୋର୍ଦ୍ଧାକୁ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା ଭାବେ ବିକଶିତ କରିବା କାରଣ ଆଗାମୀ ଦିନରେ ଏଇ ଖୋର୍ଦ୍ଧା ପାଇକ ମାଟିର ଯୁବ ପୀଢ଼ିଙ୍କ ହାତରେ ସେମିକଣ୍ଡକ୍ଟର ଚିପ ତିଆରି ହେବ ଆଉ ଅଗ୍ନି, ପୃଥ୍ଵୀ, ଆକାଶ ଭଳି ମିସାଇଲରେ ଏହି ଚିପ ବ୍ୟବହାର ହେବ। ୨୦୩୬ ରେ ଯେତେବେଳେ ଆମେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏକ ଶହ ବର୍ଷ ପୂର୍ତ୍ତି ପାଳନ କରିବା, ସେତେବେଳେ ଆମ ରାଜ୍ୟ ଦେଶର ପ୍ରଥମ ପାଞ୍ଚଗୋଟି ବିକଶିତ ରାଜ୍ୟ ଭାବେ ସ୍ଥାନ ପାଇବ। ଏହି ସ୍ଵପ୍ନକୁ ସାକାର କରିବା ପାଇଁ ଆମ ସରକାର ପ୍ରଥମ ଦିନରୁ ହିଁ କାର୍ଯ୍ୟ କରି ଆସୁଛନ୍ତି। ସମୃଦ୍ଧ ଓଡିଶା ଗଠନ ପାଇଁ ପ୍ରତ୍ଯେକ ଜିଲ୍ଲା ସମୃଦ୍ଧ ହେବା ଆବଶ୍ୟକ, ତେଣୁ ଆଗାମୀ ଦିନରେ ସମୃଦ୍ଧ ଖୋର୍ଦ୍ଧା ଜିଲ୍ଲା ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ମହତ୍ବପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଖୋର୍ଦ୍ଧାର ଇତିହାସ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ମାଟି ହେଉଛି ବୀରମାଟି, ଏ ମାଟି ହେଉଛି ବଳିଦାନ, ତ୍ୟାଗ ଏବଂ ଶୌର୍ଯ୍ୟର ପ୍ରତୀକ। ଓଡିଶା ରାଜ୍ୟର ସୁଦୀର୍ଘ ଇତିହାସରେ ଖୋର୍ଦ୍ଧା ଜିଲ୍ଲାର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ଲମ୍ବା ସମୟ ଧରି ଏହା ଓଡିଶା ଶାସନର ପ୍ରଶାସନିକ କେନ୍ଦ୍ର ହୋଇ ରହିଥିଲା। ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଏ ମାଟିର ବୀର ପାଇକ, ଚାଷୀ, ମୁଲିଆ, ସାଧାରଣ ଲୋକେ, ବର୍ବର ଇଂରେଜ ଶାସକ ବିରୁଦ୍ଧରେ ବକ୍ସି ଜଗବନ୍ଧୁ ବିଦ୍ଯାଧର ମହାପାତ୍ରଙ୍କ ନେତୃତ୍ଵରେ ଲଢିଥିଲେ। ଏହାର ବହୁ ପୂର୍ବରୁ ୧୮୦୪ ମସିହାରେ ଏହି ବିଦ୍ରୋହ କୁହୁଳିଥିଲା ଖୋର୍ଦ୍ଧା ଗଡର ବାଳକ ରାଜା ମୁକୁଣ୍ଡାଦେବଙ୍କ ଚାଳକ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ନେତୃତ୍ଵରେ। ପାଇକଙ୍କ ଏହି ବିଦ୍ରୋହ ବ୍ରିଟିଶ ସରକାରକୁ ସେ ସମୟରେ ବି ଦୋହଲାଇ ଦେଇଥିଲା।

Share