ଏଆଇ ଡିପଫେକ୍ ଭିଡିଓ କରି ବିଜେଡି ନେତ୍ରୀଙ୍କୁ ବଦନାମ ଅଭିଯୋଗ, କ୍ୟାପିଟାଲ ଥାନାରେ ବିଜେଡିର ଧାରଣା

Bjd

ଭୁବନେଶ୍ୱର :  କ୍ୟାପିଟାଲ ଥାନାରେ ବିଜେଡିର ଧାରଣା ।  ସୋସିଆଲ ମିଡ଼ିଆରେ ବିଜେଡି ନେତ୍ରୀଙ୍କ ଏଆଇ ଡିପଫେକ୍ ଭିଡିଓ କରି ବଦନାମ କରାଯାଉଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଏତଲା ଦେବା ସହ ବିଜେଡି ଗର୍ଜିଛି ।  ବଣ ବିଚ୍ଛୁଆତି ନାଁରେ ଥିବା ଆଇଡିରେ ଏଆଇ ଡିପଫେକ୍ ଭିଡିଓ କରି ବିଜେଡି ନେତ୍ରୀ ସୁଜାତା ରାଉତ, ସୁଲତା ଦେଓ ଓ ଇପ୍ସିତା ସାହୁଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶ୍ଳୀଳ ଓ ଆପତ୍ତିଜନକ ଏଆଇ ଡିପଫେକ୍ ଭିଡିଓ ପ୍ରସାରଣ କରାଯାଉଥିବା ନେଇ ଥାନାରେ ଏତଲା ଦେଇଛି ବିଜେଡି ।  ମାମଲା ରୁଜୁ କରିବା ସହିତ ​ମେଟା କର୍ତ୍ତୃପକ୍ଷଙ୍କ ସହାୟତାରେ ସଂପୃକ୍ତ ଆକାଉଣ୍ଟଧାରୀଙ୍କ IP ଆଡ୍ରେସ ଓ ଡିଭାଇସ୍ ବିବରଣୀ ସଂଗ୍ରହ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି ।  ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଏହି ଆପତ୍ତିଜନକ ଭିଡିଓକୁ ତୁରନ୍ତ ହଟାଇବା ପାଇଁ ଦଳ ଦାବି କରିଛି ।

Share