Pm modi 1

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା  ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ ଉଦଘାଟନ କରିଛନ୍ତି ।

ଏହା ବ୍ୟତୀତ ସେ ବିମାନବନ୍ଦରରେ MRO ସୁବିଧାର ଶିଳାନ୍ୟାସ ମଧ୍ୟ କରିଛନ୍ତି । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବା ସହ ଉତ୍ତର ପ୍ରଦେଶକୁ ୫ମ ଅନ୍ତର୍ଜାତୀୟ ବିମାନବନ୍ଦର ମିଳିଛି । ଏହି ବିମାନବନ୍ଦର କେବଳ ନୋଏଡା ଏବଂ ଗ୍ରେଟର ନୋଏଡାର ଲୋକଙ୍କୁ ନୁହେଁ ବରଂ ଆଲିଗଡ଼, ମଥୁରା, ଆଗ୍ରା, ଦିଲ୍ଲୀ, ଗାଜିଆବାଦ ଏବଂ ଫରିଦାବାଦର ଲୋକଙ୍କୁ ମଧ୍ୟ ଲାଭ ମିଳିବ ।

ପ୍ରଧାନମନ୍ତରୀ ମୋଦି ଏହି ବିମାନବନ୍ଦର ଉଦଘାଟନ କରି କହିଛନ୍ତି ଯେ, “ଆଜି ଦେଶର ସବୁଠାରୁ ବଡ଼ ରାଜ୍ୟ ସର୍ବାଧିକ ଆନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ହୋଇଗଲାଣି । ଆଜି ଏହି ବିମାନବନ୍ଦର ଉଦଘାଟନ କରିବା  ମୋ ପାଇଁ ଗର୍ବ ଏବଂ ଖୁସିର ଦୁଇଟି କାରଣ ଅଛି । ପ୍ରଥମତଃ, ମୋତେ ଏହି ବିମାନବନ୍ଦରର ଶିଳାନ୍ୟାସ ଏବଂ ଉଦଘାଟନ କରିବାର ସୌଭାଗ୍ୟ ମିଳିଛି । ଦ୍ୱିତୀୟତଃ ଏହି ବିମାନବନ୍ଦରର ନାମ ଉତ୍ତର ପ୍ରଦେଶର ପରିଚୟ ସହିତ ମଧ୍ୟ ଜଡିତ ହୋଇଯାଇଛି, ଯେଉଁ ରାଜ୍ୟ ମୋତେ ଏହାର ପ୍ରତିନିଧି ଏବଂ ସାଂସଦ କରିଥିଲା ।”

Share