Mohaba

ଉତ୍ତରପ୍ରଦେଶ : ଖେଳୁ ଖେଳୁ ଚାଲିଗଲା ଜୀବନ । ମହୋବା ସ୍ଥିତ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ଜୀବନ ଚାଲିଯାଇଛି । ଯାହାଏ ଭିଡିଓ ସିସିଟିଭିରେ କଏଦ ହୋଇଛି । ମାତ୍ର ୫ ସେକେଣ୍ଡରେ ଖେଳାଳିଙ୍କ ଜୀବନ ଚାଲିଯାଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରଲ ହେଉଛି ।

ମହୋବା ସ୍ଥିତ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ୫୮ ବର୍ଷୀୟ ସୁଧିର ଗୁପ୍ତା ପ୍ରତିଦିନ ଭଳି ବ୍ୟାଡମିଣ୍ଟନ ଖେଳୁଥିଲେ । ନିଜ ସାଥି ସହିତ ଉତ୍ସାହର ସହିତ ଖେଳୁଥିବା ବେଳେ ୩ଟି ସର୍ଟ ମାରିଥିବା ବେଳେ ଶେଷ ସର୍ଟର ୧୧ ସେକେଣ୍ଡ ପରେ ସୁଧୀର ହଠାତ୍ ଅସହଜ ଅନୁଭବ କରିଥିଲେ । ଛାତିରେ ଯନ୍ତ୍ରଣା ହେବାରୁ ସାଥି ଖେଳାଳି କିଛି ବୁଝିବା ଆଗରୁ ସୁଧିର ତଳେ ପଡିଯାଇଥିଲେ ।

ସୁଧିର ତଳେ ପଡିଯିବା ପରେ ଷ୍ଟାଡିୟମରେ ଭୟର ବାତାବରଣ ଦେଖାଦେଇଥିଲା । ସାଙ୍ଗମାନେ ତୁରନ୍ତ ତାଙ୍କୁ ହସପିଟାଲ ନେଇଯାଇଥିଲେ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ, ସୁଧିରଙ୍କୁ ସାଇଲେଣ୍ଟ ହାର୍ଟଆଟାକ ହୋଇପାରେ । ଖବର ଜାଣିବା ପରେ ସୁଧିର ଗୁପ୍ତାଙ୍କ ପରିବାରରେ ଦୁଃଖର ପାହାଡ ଖସିପଡିଥିଲା ।

Share