Middile east 1

ଆମେରିକା : ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ବଙ୍କର-ବଷ୍ଟର ବୋମା ମାଡ଼ରେ ଥରିଲା ଇସଫାହାନ । ଭୟଙ୍କର ବିସ୍ଫୋରଣର ଭିଡିଓ ସେୟାର କଲେ ଟ୍ରମ୍ପ୍ । ୯୦୦ କିଲୋର ବୋମାମାଡ଼ରେ ଜଳିଉଠିଲା ଆକାଶ । ସୋମବାର ବିଳମ୍ବିତ ରାତିରେ ଆମେରିକା ପକ୍ଷରୁ ଇରାନର ଇସଫାହାନ ସହରରେ ଥିବା ଏକ ବଡ଼ ଅସ୍ତ୍ରଶସ୍ତ୍ର ଠିକଣା ଉପରେ ଶକ୍ତିଶାଳୀ ଆକ୍ରମଣ କରାଯାଇଛି । ଏଥିରେ ପ୍ରାୟ ୯୦୦ରୁ ୧୦୦୦ କିଲୋ ଓଜନର “ବଙ୍କର-ବଷ୍ଟର” ବୋମା ବ୍ୟବହାର କରାଯାଇଛି । ଯାହା ମାଟି ତଳେ ଥିବା ଶକ୍ତିଶାଳୀ କଂକ୍ରିଟ୍ ଘରକୁ ମଧ୍ୟ ଧ୍ୱଂସ କରିଦେଇପାରେ ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏହି ବିସ୍ଫୋରଣର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବଡ଼ ବଡ଼ ବିସ୍ଫୋରଣ ଘଟି ପୂରା ଆକାଶ ନିଆଁର ପେଣ୍ଡୁ ଭଳି ଲାଲ୍ ହୋଇଯାଉଛି ଏବଂ କଳା ଧୂଆଁ ଦେଖାଯାଉଛି । ୨୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସଫାହାନ ସହରର ଲୋକମାନେ ଏହି ବିସ୍ଫୋରଣରେ ଭୟଭୀତ ହୋଇପଡ଼ିଛନ୍ତି ।

ଆମେରିକା ଅଧିକାରୀଙ୍କ ଅନୁଯାୟୀ, ସେଠାରେ ମାଟି ତଳେ ଇରାନର ବହୁତ ବଡ଼ ମିସାଇଲ୍ ଏବଂ ଅସ୍ତ୍ରଶସ୍ତ୍ର ସାଇତି ରଖାଯାଇଥିଲା । ଟ୍ରମ୍ପ ବାରମ୍ବାର ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ସମସ୍ତ ସର୍ତ୍ତ ମାନି ଆଲୋଚନାକୁ ନ ଆସେ, ତେବେ ସେମାନଙ୍କର ତୈଳ ରପ୍ତାନି କେନ୍ଦ୍ର ଏବଂ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡ଼ିକ ଉପରେ ଆଗକୁ ଆହୁରି ବଡ଼ ଆକ୍ରମଣ କରାଯିବ । ବର୍ତ୍ତମାନ ସୁଦ୍ଧା ଇରାନ ପକ୍ଷରୁ ଏହି ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Share