Surat 1

ସୁରତ : ଗୁଜରାଟ ସୁରତ ଜିଲ୍ଲାରେ ଲିମ୍ବାୟତ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କଲୋନୀରେ ନିଆଁ ଲାଗିବା ଯୋଗୁଁ ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିଛନ୍ତି । ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଖବର ମୁତାବକ, ସୁରତ ଜିଲ୍ଲାର ଲିମ୍ବାୟତ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ କଲୋନୀରେ ଥିବା ଏକ ଘରେ ନିଆଁ ଲାଗିବା ସୂଚନା ମିଳିଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ଟିମ୍ ପହଞ୍ଚିବା ପରେ ଏକ ଘରେ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ପ୍ରଭାବିତ ପରିବାର ଶାଢି ପ୍ୟାକିଂ କାମ କରୁଥିଲେ । ତେବେ ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ ।

ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି, ସକାଳ ସାଢେ ୧୧ ଟା ସମୟରେ ହଠାତ୍ ସିଲିଣ୍ଡର ଗ୍ୟାସରୁ ନିଆଁ ଲାଗିଥିବା ଅନୁମାନ କରାଯାଇଛି । ନିଆଁ ଦେଖୁ ଦେଖୁ ଚାରିଆଡେ ବ୍ୟାପି ଯାଇଥିଲା । ଘରୁ ବାହାରିବା ପାଇଁ କାହାକୁ ସୁଯୋଗ ମିଳିନଥିଲା । ତେଣୁ ସମସ୍ତେ ଜଳିଯାଇଥିଲେ । ମୃତକଙ୍କ ପରିଚୟ ମିଳିଛି । ଏମାନଙ୍କ ଭିତରେ ଜଣେ ପିଲା ମଧ୍ୟ ସାମିଲ ରହିଛି ।

Share