Delhi

ନୂଆଦିଲ୍ଲୀ : ବାପାକୁ ପିସ୍ତଲ ଦେଖାଇ ଟଙ୍କା ଲୁଟ୍ କରୁଥିଲା ପୁଅ । ଏବେ ପୋଲିସ ହାତରେ ଧରାପଡିଲା । ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ୧୦ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ପୋଲିସକୁ ୨୪ ଘଣ୍ଟା ଭିତରେ ସଫଳତା ମିଳିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ଟଙ୍କା ଏବଂ ସ୍କୁଟି ଜବତ କରିଛି ।

ଖବର ମୁତାବକ, ୩୧ ମାର୍ଚ୍ଚରେ ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ପୋଲିସ ପିସିଆରକୁ ଏକ କଲ୍ ମିଳିଥିଲା । ଏଥିରେ କୁହାଯାଇଥିଲା କି, ଦୁଇ ଜଣ ଅଜ୍ଞାତ ଲୋକ ମୁହଁରେ କପଡା ଭିଡି ଗୁଳି କରି ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନା ମିଳିବା ପରେ ଲକ୍ଷ୍ମୀ ନଗର ଥାନା ମାମଲାରେ ଦାୟର କରି ଯାଞ୍ଚ ଆରମ୍ଭ କରିଥିଲା । ଘଟଣାକୁ ଦେଖି ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା ।

ଏହାପରେ ପୋଲିସ ୨୦୦ରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଆଉ ଯାଞ୍ଚରୁ ଜାଣିବାକୁ ପାଇଥିଲା କି, ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ପୁଅ ଘଟଣାରେ ସାମିଲ ରହିଛନ୍ତି । ପୋଲିସ ନିକଟରେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗିରଫ କରିଥିଲା ।

ତେବେ ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ପୁଅ ଏବଂ ତା ସାଙ୍ଗ ୪୫ ହଜାର ଟଙ୍କାରେ ପିସ୍ତଲ କିଣି ଯୋଜନା କରିଥିଲେ । ପୋଲିସ ଖବର ପାଇଁ ଏମାନଙ୍କୁ ଗିରଫ କରିବା ସହିତ ଟଙ୍କା, ପିସ୍ତଲ ଏବଂ ସ୍କୁଟିକୁ ଜବତ କରିଛି । ପୋଲିସ ମୁତାବକ, ଗିରଫ ହୋଇଥିବା ୩ ଯୁବକଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ । ଏମାନେ ଜଲଦି ପଇସା କମାଇବା ଏବଂ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ଏଭଳି କରିଥିଲେ ।

Share