Zzzzzz

ଭୁବନେଶ୍ୱର : ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦୁଇ ସେବାୟତ ଗୋଷ୍ଠୀ ଭିତରେ ଘୋଡଣି ଉଠେଇବା ନେଇ ବିବାଦ ଉପୁଜି ଥିଲା। ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ପରେ ସମସ୍ୟାର ସମାଧାନ ହେଲା। ଏହି ଘଟଣାକୁ ନେଇ ଆଗାମୀ ୨୦ରେ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତିକରାଯିବ। ଆଜି ମନ୍ଦିର ପରିସରରେ ଯେଉଁ ଘଟଣା ଘଟିଲା ତାହାର ତଦନ୍ତ ହେବ।

ପୁଣି ଲିଙ୍ଗରାଜ ମନ୍ଦିରରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ବିବାଦ ସୋମବାର ଦେଖିବାକୁ ମିଳିଥିଲା। ସକାଳ ୧୦ଟା ସାହାଣ ମେଲା ପରଠାରୁ ବନ୍ଦ ରହିଥିଲା ପ୍ରଭୁଙ୍କ ନୀତିକାନ୍ତି। ମନ୍ଦିର କାର୍ଯ୍ୟନିର୍ବାହୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଉଭୟ ନିଯୋଗ। ରୁପା ଘୋଡକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପ୍ରଭୁଙ୍କ ସୁରକ୍ଷା ପାଇଁ ଲାଗିଥାଏ ରୁପା ଘୋଡ।

Share