Koraput 1

କୋରାପୁଟ : କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସରେ ତାଲା । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସର ଛାତ୍ରଛାତ୍ରୀ ବିଭିନ୍ନ ଦାବିନେଇ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ ଜିଲ୍ଲା ସ୍ତରୀୟ କଂଗ୍ରେସ ନେତା ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଧାରଣାରେ ବସିଛନ୍ତି । ୧୯ ଦଫା ଦାବି ନେଇ ଧାରଣା ଦିଆଯାଇଛି । ସମସ୍ୟାର ସମାଧାନ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ କହିଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଦୀର୍ଘ ଦିନ ଧରି ବିଭିନ୍ନ ପଦ ପଦବୀ ଖାଲି ପଡିଛି । ଏହାସହ ମହିଳା ହଷ୍ଟେଲରେ ସୁବିଧା, ଲାଇବ୍ରେରୀ ଭଳି ବିଭିନ୍ନ ଦାବି ରହିଛି ।

ନିକଟରେ ରାଜ୍ୟରେ ୧୪ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି କରିଥିବାବେଳେ ବର୍ତ୍ତମାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସରେ ତାଲା ଝୁଲିଛି । ଦାୟିତ୍ବ ହୀନତା ପାଇଁ ବିଶ୍ଵବିଦ୍ୟାଳୟଗୁଡିକରେ ସମସ୍ୟା ଦେଖିବାକୁ ମିଳୁଛି । ରାଜ୍ୟରେ ଉଚ୍ଚ ଶିକ୍ଷା ଗଠନ ପାଇଁ ଏହି ନିଯୁକ୍ତି ଦିଆଯାଇଥିଲା । ହେଲେ ପିଲାଙ୍କୁ ଉପଯୁକ୍ତ ସୁବିଧା ମିଳିପାରୁନାହିଁ । ଯାହା ଦ୍ୱାରା ପିଲାମାନେ ନାହିଁ ନଥିବା ପରିସ୍ଥିତିକୁ ସାମ୍ନା କରୁଛନ୍ତି । କେବଳ ହଷ୍ଟେଲରେ ସୁବିଧା, ଲାଇବ୍ରେରୀର ଅସୁବିଧା ନୁହେଁ ବରଂ ୧୯ ଦଫା ଦାବି ନେଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀମାନେ ।

Share