Pti1 7 2019 000068b
New Delhi: A view of Lok Sabha session in progress during the Parliament Winter Session, in New Delhi, Monday, Jan 7, 2019. (LSTV grab via PTI) (PTI1_7_2019_000068B)

ଭୁବନେଶ୍ୱର : ଲୋକସଭା ସିଟ୍ ସଂଖ୍ୟା ୮୧୬କୁ ବୃଦ୍ଧି ହେବ । ମହିଳା ସଂରକ୍ଷଣ ବିଲ୍ କୁ କ୍ୟାବିନେଟ୍ ର ଗ୍ରୀନ୍ ସିଗ୍ ନାଲ୍ । ଦେଶର ସଂସଦୀୟ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ମହିଳାମାନଙ୍କୁ ସଂସଦ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ବୈପ୍ଳବିକ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ, ଲୋକସଭା ସିଟ୍ ସଂଖ୍ୟା ବର୍ତ୍ତମାନର ୫୪୩ ରୁ ୮୧୬ କୁ ବୃଦ୍ଧି କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ବିଲ୍ କୁ ମଞ୍ଜୁରୀ ମିଳିଛି । ଏହି ବିଲ୍ ଗୁଡ଼ିକୁ ପାରିତ କରିବା ପାଇଁ ଆସନ୍ତା ଏପ୍ରିଲ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ଏକ ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ।

ସୂଚନା ଅନୁସାରେ, ସରକାର ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (୨୦୨୩) ଏବଂ ‘ସୀମା ନିର୍ଦ୍ଧାରଣ ଆଇନ’ ରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବେ । ନୂତନ ପ୍ରସ୍ତାବ ଅନୁଯାୟୀ, ଯଦି ଲୋକସଭା ଆସନ ସଂଖ୍ୟା ୮୧୬କୁ ବୃଦ୍ଧି ପାଏ, ତେବେ ସେଥିମଧ୍ୟରୁ ୨୭୩ଟି ସିଟ୍ କେବଳ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ମହିଳାମାନଙ୍କୁ ସଂସଦରେ ସଠିକ୍ ପ୍ରତିନିଧିତ୍ୱ ଦେବା ପାଇଁ ସରକାର ସଂକଳ୍ପବଦ୍ଧ। ୨୦୨୩ ମସିହାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲେ ସୁଦ୍ଧା ଏହାର କାର୍ଯ୍ୟକାରିତା ଜନଗଣନା ଏବଂ ସୀମା ନିର୍ଦ୍ଧାରଣ ଉପରେ ନିର୍ଭର କରୁଥିଲା । ଏହି ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ସରକାର ଏବେ ଫାଷ୍ଟ-ଟ୍ରାକ୍ ମୋଡ୍ ରେ କାମ କରିବାକୁ ସ୍ଥିର କରିଛନ୍ତି । ନୂତନ ତଥ୍ୟ ଆଧାରରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନର୍ଗଠନ କରାଯିବ, ଯାହାଦ୍ୱାରା ଦେଶର ବର୍ଦ୍ଧିତ ଜନସଂଖ୍ୟା ଅନୁସାରେ ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ।

Share