Death 1

ଭୁବନେଶ୍ବର: ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଶ୍ବାସ ସ୍ବାଇଁ । ସେ ବିଟେକ୍ ପଢ଼ୁଥିଲେ । ଛାତ୍ରଙ୍କ ମୃତ୍ୟୁ ପରେ କଲେଜ ନାଁରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା । କଲେଜ କର୍ତ୍ତୃପକ୍ଷ ପୁଅକୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ସେ ଗତକାଲି ରାତି ୧୦ଟା ରେ ଘର ଲୋକଙ୍କ ସହ କଥା ହୋଇଥିଲେ ।

ରାତି ୧୧ଟା ବେଳକୁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ବିଶ୍ୱାସଙ୍କ ମୃତ୍ୟୁକୁ ନେଇ କଲେଜରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଛାତ୍ରଙ୍କୁ ବୁଝାସୁଝା ସହ କଲେଜ କ୍ୟାମ୍ପସରେ ମୁତୟନ କଲେ ପୋଲିସ । ଅଶାନ୍ତ ସିଲିକନ୍ ହଷ୍ଟେଲ ଥିବା ବେଳେ ପିଲାଙ୍କ ଭଏସ ବନ୍ଦ କରିଦେଲେ କଲେଜ କତୃପକ୍ଷ । ରାତି ସାରା କଲେଜ ଛାତ୍ରଙ୍କ ପାଟିତୁଣ୍ଡ ପ୍ରମାଣ କରିଥିଲା ଯେ କଲେଜ ର ଏଥିରେ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ।

Share