Medical 1

ଟିଟିଲାଗଡ଼ : ଟିଟିଲାଗଡ଼ରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟ ଘଟିଛି ।  ପିକଅପ ଭ୍ୟାନ  (ନମ୍ବର OD03AE 5918)  ଏବଂ ଟିଭିଏସ ବାଇକ ( ନମ୍ବର OD17W5241 ) ମଧ୍ୟରେ  ମୁହାଁ ମୁହିଁ ଧକ୍କା ହୋଇଥିଲା  ।  ବାଇକଟି ସମ୍ପୂର୍ଣ ଭାବରେ ଚୁରମାର ହୋଇଥିବା ବେଳେ ବାଇକରେ ଥିବା ଟିଟିଲାଗଡ଼ ସହର ନିକଟସ୍ଥ ତୁଳାଙ୍ଗ ଗାଁ ର ଶିବ ଭୋଇ (18 ବର୍ଷ) ଏବଂ ଧୀରଜ ମାଝୀ  (25 ବର୍ଷ ) ଙ୍କର ଘଟଣା ସ୍ଥଳରେ ମୃତ୍ୟ ଘଟିଛି ।  ତୁଳାଙ୍ଗ ଗାଁ ର ଦୁଇ ଯୁବକ ଗାଁ ରୁ ଟିଟିଲାଗଡ଼ ଆସୁଥିବା ବେଳେ ଟିଟିଲାଗଡ଼ ସହରରୁ ପିପଲ ପଦର ଅଭିମୁଖେ ଯାଉଥିବା ପିକଅପ  ଭ୍ୟାନ ସହ ସର୍ଗିଗୁଡା ଛୋଟୁ ମହାରାଜ ସିନେମା ହଲ ସମ୍ମୁଖରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।  ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି  ଶବ ଦୁଇଟିକୁ ଜବତ କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିବା ସହିତ ଦୁର୍ଘଟଣା ଘଟଇଥିବା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି  l  ଗାଡି ଚାକକୁ ଟିଟିଲାଗଡ଼ ଥାନାରେ ଅଟକ ରଖି ପଚାର ଉଚରା କରୁଛି ପୋଲିସ  ।

Share