ପଟ୍ଟାମୁଣ୍ଡାଇ: ବନ୍ଧୁକ ମୁନରେ ଲୁଟ୍ । ଘରୁ ଓ ଦୋକାନ ଘରୁ ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଚୁନଢିଅରେ ଏକ ସାନିଟାରୀ ଦୋକାନ ଓ ଘରୁ ଚୋରି ହୋଇଛି । ସମସ୍ତ ଡକାୟତ ମୁଖା ପିନ୍ଧିଥିବା ବେଳେ ହାତରେ ବନ୍ଧୁକ ଧରିଥିଲେ । ସେମାନେ ଘରର ସମସ୍ତ ଆସାବାବ ପତ୍ର ଫିଙ୍ଗିବା ସହ ବନ୍ଧୁକ ଦେଖାଇ ସୁନା ରୁପା ଅଳଙ୍କାର, ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି । ଡକାୟତିର ଶିକାର ହୋଇଥିବା ବ୍ୟବସାୟଙ୍କ ପୁଅ ମୁକେଶ କୁମାର ରାୟ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାଇ ବ୍ୟାବସାୟୀ ଗୌତମ ରାୟ ଘର ପାଖରେ ସାନିଟାରୀ ଦୋକାନ କରିଛନ୍ତି । ରାତି ପ୍ରାୟ ୪ଟା ବେଳେ ୫ ଜଣ ଦୁର୍ବୃତ୍ତ ଦୋକାନ ଭିତରେ ପଶିଥିଲେ। ବନ୍ଧୁକ ଦେଖାଇ ୮ ଭରିର ସୁନା ଚେନ ସହିତ ଦୁଇ ଭରିର ଏକ ମୁଦିକୁ ଯୋରଜବରଦସ୍ତ ନେଇଯାଇଥିଲେ । କିଛି ସମୟ ପାଇଁ ଗୌତମ ଓ ଦୁର୍ବୁତ୍ତ ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ପରେ ଦୁର୍ବୃତ୍ତ ମାନେ ତାଙ୍କୁ ନିସ୍ତୁକ ମାଡ ମାରି ତାଙ୍କ ମୋବାଇଲ ଓ ସୁନା ଅଳଙ୍କାର ଲୁଟି ନେଇଥିଲେ।

