West bengal cm

କୋଲକତା : ପଶ୍ଚିମବଙ୍ଗରେ ମମତାଙ୍କୁ ହରାଇ ମୋଦିଙ୍କ ବିଶାଳ ବିଜୟ । ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି । ୯ ତାରିଖରେ ଶପଥ ନେବେ ନୂଆ ସରକାର । ରବିନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ହୋଇଥିବାରୁ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ ବୋଲି ଜଣାପଡିଛି ।

୨୦୦ରୁ ଅଧିକ ସିଟ୍ ହାତେଇଛି ଦଳ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଆରମ୍ଭ ହୋଇଗଲାଣି କସରତ । ଏସବୁ ଭିତରେ ଆସନ୍ତା ମେ ୯ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହି ଦୌଡ଼ରେ ବିଜେପିର ୩ ଜଣ ହେଭିୱେଟ୍ ନେତାଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି । ସବୁଠୁ ଆଗରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ ଅଧିକାରୀ, ଦିଲ୍ଲୀପ ଘୋଷ, ସମୀକ ଭଟ୍ଟାଚାର୍ଯ୍ୟଙ୍କ ନାମ ରହିଛି । ମହିଳା ଚେହେରା ଭାବେ ଅଗ୍ନିମିତ୍ରା ପଲ୍ ଏବଂ ରୂପା ଗାଙ୍ଗୁଲିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି ।

୨୦୨୧ରେ ମମତା ବାନାର୍ଜୀଙ୍କୁ ନନ୍ଦୀଗ୍ରାମରେ ହରାଇ ସେ ନିଜର ଶକ୍ତି ପ୍ରମାଣିତ କରିଥିଲେ । ଜଣେ ଦକ୍ଷ ପ୍ରଶାସକ ଓ ‘ଷ୍ଟ୍ରିଟ୍ ଫାଇଟର’ ଭାବେ ତାଙ୍କର ପରିଚୟ ରହିଛି । ଦ୍ବିତୀୟରେ ରହିଛନ୍ତି ଦିଲୀପ ଘୋଷ । ମହିଳା ଚେହେରା ଭାବେ ଅଗ୍ନିମିତ୍ରା ପଲ୍ ଏବଂ ରୂପା ଗାଙ୍ଗୁଲିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି।

ପଶ୍ଚିମବଙ୍ଗ ନିର୍ବାଚନରେ ସବୁଠୁ ବଡ଼ ଖବର ହେଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାଜୟ । ନିଜର ପାରମ୍ପରିକ ଗଡ଼ ଭବାନୀପୁର ଆସନରୁ ମମତା ବାନାର୍ଜୀ ପରାଜିତ ହୋଇଛନ୍ତି । ବିଜେପିର ଶୁଭେନ୍ଦୁ ଅଧିକାରୀ ତାଙ୍କୁ ୧୫,୧୦୫ ଭୋଟରେ ହରାଇଛନ୍ତି । ଶୁଭେନ୍ଦୁଙ୍କୁ ୭୩,୯୧୭ ଭୋଟ୍ ମିଳିଥିବା ବେଳେ ମମତାଙ୍କୁ ୫୮,୮୧୨ ଭୋଟ୍ ମିଳିଛି ।

Share