11

ପଶ୍ଚିମବଙ୍ଗ : ବିଜେପି ଭାଙ୍ଗିଲା ଦିଦିଙ୍କ ଗର୍ବ । ପଶ୍ଚିମବଙ୍ଗରେ ଟିଏମସି ଦେଲା ଚିତପଟାଙ୍ଗ । ଆଉ ବାଜିମାରିନେଲା ବିଜେପି । ପଶ୍ଚିମବଙ୍ଗ ନିର୍ବାଚନରେ ଅନେକ ଇମୋସନର ବିଜୟ ଦେଖିବାକୁ ମିଳିଛି । ଆରଜି କର ମେଡିକାଲ ଦୁଷ୍କର୍ମ ପୀଡିତାଙ୍କ ମା’ ହୁଅନ୍ତୁ ଅବା କଳିତା ମାଝୀ ।

ବିଜେପିର କଳିତା ମାଝୀଙ୍କ ଅସାଧାରଣ ବିଜୟ । ଗୁସ୍କରାର ଘରୋଇ ସହାୟିକା ଅଉସଗ୍ରାମ୍ ଆସନ ଜିତିଲେ । ପଶ୍ଚିମବଙ୍ଗର ରାଜନୈତିକ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଗୃହ ସହାୟିକା ଭାବେ କାମ କରୁଥିବା କଳିତା ମାଝୀ ବିଜେପି ଟିକେଟରେ ଅଉସଗ୍ରାମ୍ ଆସନରୁ ବିଜୟ ହାସଲ କରିଛନ୍ତି । ତୃଣମୂଳ କଂଗ୍ରେସର ଶ୍ୟାମା ପ୍ରସନ୍ନ ଲୋହାରଙ୍କୁ ୧୨,୫୩୫ ଭୋଟ୍ ବ୍ୟବଧାନରେ ପରାଜିତ କରି ସେ MLA ହୋଇଛନ୍ତି ।

କଳିତାଙ୍କ ଏହି ବିଜୟ ବିଜେପିର ନୀତି ଏବଂ ରାଜ୍ୟରେ ଗେରୁଆ ଲହରୀର ପ୍ରତୀକ ହୋଇ ଉଠିଛି । ୩୭ ବର୍ଷୀୟ କଳିତା ଗୁସ୍କରାରେ ଚାରିଟି ଘରେ ଗୃହ ସହାୟିକା ଭାବେ କାମ କରୁଥିଲେ । ମାସକୁ ମାତ୍ର ୨,୫୦୦ ରୁ ୪,୫୦୦ ଟଙ୍କା ରୋଜଗାର କରୁଥିଲେ । ନିର୍ବାଚନ ପୂର୍ବରୁ ସେ ଦୁଇଟି ଘରେ କାମ ଛାଡ଼ି ପ୍ରଚାରରେ ଲାଗି ପଡ଼ିଥିଲେ । ତାଙ୍କର ସରଳ ଜୀବନ ଏବଂ ଗରିବ ଲୋକଙ୍କ ସମସ୍ୟା ବୁଝିବା କ୍ଷମତା ଯୋଗୁଁ ଭୋଟର ମାନେ ତାଙ୍କୁ ବ୍ୟାପକ ସମର୍ଥନ ଦେଇଛନ୍ତି ।

କଳିତା କହିଛନ୍ତି, “ଗୃହ ସହାୟିକା ମଧ୍ୟ ବିଧାୟିକା ହୋଇପାରେ ଏବଂ ଗରିବଙ୍କ ସ୍ୱର ହୋଇପାରେ ।”ଏହି ନିର୍ବାଚନରେ ବିଜେପି ରାଜ୍ୟର ୨୦୬ ଆସନ ଜିତି ଐତିହାସିକ ବିଜୟ ହାସଲ କରିଛି । ତୃଣମୂଳ କଂଗ୍ରେସ ୮୧ ଆସନରେ ସୀମିତ ରହିଛି । ଶୁଭେନ୍ଦୁ ଅଧିକାରୀଙ୍କ ଭବାନୀପୁର ବିଜୟ ପରେ କଳିତାଙ୍କ ସଫଳତା ବିଜେପିର ଲୋକପ୍ରିୟତାର ଆଉ ଏକ ଉଦାହରଣ ହୋଇଛି ।

Share