Tehran

ତେହରାନ : ଇରାନର ରାଜଧାନୀ ତେହରାନ ନିକଟରେ ଥିବା ଏକ ସପିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଆହତଙ୍କ ଚିକିତ୍ସା ଚାଲିଛି ।

ତେହରାନ ନିକଟରେ ଥିବା ଏକ ସପିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ନିଆଁରେ ୮ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୩୬ ଜଣ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ସ୍ଥାନୀୟ ହସପିଟାଲରେ ଚାଲିଛି । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ ।

ଘଟଣାର ଯାଞ୍ଚ ଚାଲିଛି । ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମଲ୍ଟିଷ୍ଟୋର ବିଲିଡିଂରେ ନିଆଁ ଯୋଗୁଁ କଳାଧୂଆ ଚାରିଆଡେ ଦେଖିବାକୁ ମିଳିଛି ।

Share