ମୁମ୍ବାଇ : ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ୭ ମଇକୁ କିଛି ଘଣ୍ଟା ପାଇଁ ବନ୍ଦ ରହିବ । ଏହି ସମୟରେ ରନଓେ୍ବରେ ପ୍ରି-ମନସୁନ୍ ମେଣ୍ଟେନାନ୍ସ କାମ କରାଯିବ । ଏୟାରପୋର୍ଟ ପ୍ରଶାସନ ମୁତାବକ, ଗୁରୁବାର ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ୬ ଘଣ୍ଟା ପାଇଁ ରନୱେ ବନ୍ଦ ରହିବ । ଏହି ସମୟରେ କୌଣସି ବିମାନ ଉଡ଼ାଣ କି ଅବତରଣ କରିପାରିବ ନାହିଁ ।
ଏୟାରପୋର୍ଟ ପ୍ରଶାସନ ମୁତାବକ, ମୁମ୍ବାଇ ଏୟାରପୋର୍ଟର ରନୱେ ୯/୨୯ ଏବଂ ରନୱେ ୧୪/୩୨ରେ ଏହି କାମ ଯାତ୍ରୀ ଏବଂ ଉଡାଣ ସୁରକ୍ଷା ପାଇଁ ବହୁତ ଜରୁରୀ । ମୌସୁମୀ ସମୟରେ ରନୱେ ସୁରକ୍ଷିତ ପାଇଁ ଏଭଳି କରାଯାଇଛି । ଏୟାରପୋର୍ଟର ଏୟାରସାଇଡ ସୁବିଧାକୁ ଭଲ ସ୍ଥିତିରେ ରଖିବା ପାଇଁ ବାର୍ଷିକ ମେଣ୍ଟେନାନ୍ସ କରାଯାଏ ।
ଏୟାରପୋର୍ଟ ଏହି ମେଣ୍ଟେନାନ୍ସ ବିଷୟରେ ସୂଚନା ୬ ମାସ ପୂର୍ବରୁ ସମସ୍ତ ଏୟାରଲାଇନ୍ସକୁ ଦେଇଥିଲା । ଯାହା ଅନୁଯାୟୀ ଏୟାରଲାଇନ୍ସ ନିଜର ସିଡ୍ୟୁଲ ପୂର୍ବରୁ ପରିବର୍ତ୍ତନ କରିପାରିବ । ଏୟାରପୋର୍ଟ ପକ୍ଷରୁ କୁହାଯାଇଛି କି, ଯାତ୍ରୀଙ୍କୁ କୌଣସି ପ୍ରକାରର ସମସ୍ୟା ନ ହେଉ, ତେଣୁ ଏହାକୁ ମେଣ୍ଟେନାନ୍ସ କରାଯାଉଛି । ଏୟାରପୋର୍ଟର ଦୁଇଟି ଯାକ ରେନୱେର ମେଣ୍ଟେନାନ୍ସ ଆଧୁନିକ ମେସିନ ଏବଂ ସ୍ପେଶାଲ ଟିମ୍ ଦ୍ବାରା କରାଯାଉଛି । ତେଣୁ ପ୍ଲାନିଂ ଅନୁସାରେ ଧାର୍ଯ୍ୟ ସମୟରେ ୬ ଘଣ୍ଟା ଭିତରେ କାମ ପୂରଣ କରାଯିବ ।
ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଭାରତର ଦ୍ବିତୀୟ ସବୁଠାରୁ ବ୍ୟସ୍ତବହୁଳ ଏୟାରପୋର୍ଟ । ୨୦୨୪-୨୫ରେ ଏଠାରେ ୫ କୋଟି ଅଧିକ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି । ଏହା ଦୁନିଆର ସବୁଠାରୁ ବ୍ୟସ୍ତ ସିଙ୍ଗଲ ରନୱେ ଏୟାରପୋର୍ଟରେ ଅନ୍ୟତମ । ଏଠାରୁ ପ୍ରତିଦିନ ୧୦୦୦ରୁ ଅଧିକ ଉଡ଼ାଣ ଓ ଅବତରଣ ହୁଏ ।

