Binika

ବିନିକା: ହତ୍ୟା ନା ଜୀବନହାରିବା । ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା ର ଏକ ବରଗଛ ଡାଳରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଉଭୟଙ୍କ ପରିଚୟ ମିଳିପାରିନାହିଁ । ଗଛ ମୂଳରେ ଗୋଟିଏ ବ୍ୟାଗ ଏବଂ ଦୁଇ ଜଣଙ୍କ ଚପଲ ପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତନାଘନା ଜାରି ରହିଛି ।

ସୂଚନାଯୋଗ୍ୟ, ଗତମାସ ବାଲେଶ୍ବର ଚାନ୍ଦିପୁର ଥାନା ସାହଦା ଅଂଚଳରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଘଟଣା । ଘର ଭିତରୁ ଶାଳୀ-ଭିଣୋଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏକା ସାଙ୍ଗରେ ଶାଳି ଓ ଭିଣୋଇ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା ।  ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ବୋଲି ଘୋଷଣା କରିଥିଲା । ମୃତ ଭିଣୋଇ ସାହାଦା ଅଂଚଳର ରଘୁନାଥ ମାଝୀଙ୍କ ପୁଅ ରବି ମାଝୀ ।

ଚାନ୍ଦିପୁର ପୋଲିସ ମେଡିକାଲରେ ପହଁଚି ଉଭୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିଲା ପୋଲିସ । ସୂଚନା ଅନୁସାରେ, ସାହାଦା ଅଂଚଳର ରଘୁନାଥଙ୍କ ପୁଅ ରବି ମାଝୀ, ଡାକ ନାଁ ବାପୁନ ସଦର ବ୍ଲକ ତେନ୍ତୁଳିମଣ୍ଡା ହର୍ଷପୁରା ଅଂଚଳରେ ବିବାହ କରିଥିଲେ । ଏପରିକି ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି । ତେବେ ବାପୁନ ତାଙ୍କର ଶାଳୀଙ୍କ ସହ ପ୍ରେମ ସମ୍ପର୍କ ଥିଲା ବୋଲି ଚର୍ଚ୍ଚା ହେଉଥିଲା ।

Share