Udala 1

ଉଦଳା: ମହିଳାଙ୍କ ଆଖି ତାଡ଼ିଦେଲା ଭାଲୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ କୁଶଳଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୁରୁତର ମହିଳା ହେଲେ ଦମୟନ୍ତୀ ବାରିକ । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଦମୟନ୍ତୀ ରାସ୍ତାରେ ଠିଆ ହୋଇଥିବାବେଳେ ଅଚାନକ ଭାଲୁ ଆକ୍ରମଣ କରିଥିଲା । ପରେ ତାଙ୍କ ବାମ ଆଖିକୁ ନଖରେ ତାଡି ଦେଇଥିଲା । ଖବର ପାଇ ଗାଁରେ ପହଞ୍ଚିଛି ବନବିଭାଗ ।

ସୂଚନାଯୋଗ୍ୟ, ଗତମାସ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରନି  ନୂଆପଡ଼ା ଗାଁ ରେ ହୋଇଥିଲା ଭାଲୁ ଆକ୍ରମଣ । ଆକ୍ରମଣରେ ଜଣେ ଗୁରୁତର ହୋଇଥିଲେ । ଗୁରୁତର ଜଣକ ହେଲେ ଟିକେ କେତକୀ । ଟିକେ ସବୁ ଦିନ ଭଳି ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇ ସେଠାରୁ ମହୁଲ ଗୋଟାଇ ଘରକୁ ଫେରିଥାନ୍ତି । ତେବେ ସକାଳୁ ସେ ଶୌଚ ପାଇଁ ଯାଇଥିବା ବେଳେ ଅଚାନକ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ଟିକେ କେତକୀଙ୍କ ମୁହଁ ଗଭୀର ଆଘାତ ଲାଗିଥିବା ବେଳେ ହାତରେ ମଧ୍ୟ ଆଘାତ ଲାଗିଥିଲା ।

Share