ଭୁବନେଶ୍ବର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ନିଜକୁ ପୋଲିସ ଏସଆଇ କହି ଲୋକଙ୍କୁ ଡରାଇବା ସହ ଧମକାଉଥିଲା । ଏବେ ତାକୁ ଧରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ ମିଶ୍ର । ଆଧାରକାର୍ଡ ଓ ପରିଚୟପତ୍ର ଜବତ କରି ପଚରା ଉଚରା ଜାରି ରଖିଛି ଏୟାରଫିଲ୍ଡ ଥାନା ପୋଲିସ ।
ସୂଚନାଯୋଗ୍ୟ, ଗତ ଦୁଇ ମାସ ତଳେ, ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ନକଲି ପୋଲିସ କର୍ମଚାରୀ ଗିରଫ ହୋଇଥିଲା । ବନ୍ଧା ହେଲେ ନକଲି ପୋଲିସ । ପୋଲିସ ପରିଚୟ ଦେଇ ଟ୍ରକରୁ ଚାନ୍ଦା ମାଗୁଥିବା ନକଲି ପୋଲିସକୁ ବାନ୍ଧିଲା ପୋଲିସ । ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ନକଲି ପୋଲିସ କର୍ମଚାରୀ ଗିରଫ । ଗିରଫ ଯୁବକ ହେଲେ ବାଲେଶ୍ବର ଖଇରା ଥାନା ଅର୍ଜୁନପୁର ଗାଁର ମିହିରରଂଜନ ଦାସ । ସୋର ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର ଅଜୟ ପଣ୍ଡାଙ୍କର ଟ୍ରକ କୁପାରୀ ଅଂଚଳରୁ ଚିପ୍ସ ନେଇ ସୋରକୁ ଆସୁଥିବା ବେଳେ ତୋରାଣିପଦା ଛକ ନିକଟରେ ୪ ଜଣ ଯୁବକ ଟ୍ରକକୁ ଅଟକାଇ ପୋଲିସ କର୍ମଚାରୀ କହି କାଗଜପତ୍ର ଯାଞ୍ଚ କରିବା ସହିତ ଟଙ୍କା ମାଗିଥିଲେ ।
ବାଧ୍ୟ ହୋଇ ଅଜୟ ଏକ ଫୋନ ପେ ନମ୍ବରକୁ ୩ ହଜାର ଟଙ୍କା ମଧ୍ୟ ଦେଇଥିଲେ । ପରେ ଜାଣିବାକୁ ପାଇଥିଲେ ଟ୍ରକ ଅଟକାଇ ଥିବା ଯୁବକ ମାନେ କୌଣସି ପୋଲିସ କର୍ମଚାରୀ ନୁହନ୍ତି । ପରେ ଅଜୟ ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଖଇରା ଆଇଆଇସି ଜନ ପଟ୍ଟନାୟକ ତଦନ୍ତ କରି ଅର୍ଜୁନପୁର ଗ୍ରାମର ମହି ରଞ୍ଜନ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ ।

