Truck

କାମାକ୍ଷାନଗର: ରାସ୍ତାରେ ଚାଲୁଥିଲା ବେଳେ ଟ୍ରକରେ ଲାଗିଗଲା ନିଆଁ । କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ବଡ଼ସୁଆଁଳ ନିକଟରେ ରାସ୍ତାରେ ଚାଲୁଥିଲା ବେଳେ ଦଶଚକିଆ ଟ୍ରକରେ ଲାଗିଗଲା ନିଆଁ ।  ଘଟଣାସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି  । ଦଶଚକିଆ ଟ୍ରକଟି ଯାଜପୁର ଅଞ୍ଚଳରୁ କୋଇଲା ଖାଲି କରି ତାଳଚେର ଯାଉଥିବା ବେଳେ ବଡ଼ସୁଆଁଳ ନିକଟରେ ହଠାତ୍ ଟ୍ରକର ପଛ ଚକାରେ ନିଆଁ ଲାଗିଯାଇଥିଲା । ଫଳରେ ଟ୍ରକଟି ଜଳିବାକୁ ଆରମ୍ଭ କରିଥିଲା ।

ଡ୍ରାଇଭର ତୁରନ୍ତ ଟ୍ରକକୁ ରାସ୍ତା ମଝିରେ ଅଟକାଇ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିବା ବେଳେ ଏକ ବଡ଼ ବିପଦରୁ ଡ୍ରାଇଭର ବର୍ତ୍ତି ଯାଇଛନ୍ତି । ତେବେ କେଉଁ କାରଣରୁ ଟ୍ରକରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଅତ୍ୟଧିକ ଖରା ଯୋଗୁଁ ଟ୍ରକ ଚକାରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।

Share