Srimandira

ଭୁବନେଶ୍ୱର : ମହାପ୍ରଭୁଙ୍କ ଜମିର ହେବ ସେଟଲମେଣ୍ଟ ।  ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ନିଜ ଅଧୀନକୁ ନେବେ ସରକାର ।  କିନ୍ତୁ ଲମ୍ବା ସମୟ ଧରି ଜଗନ୍ନାଥ ଜମିରେ ରହୁଥିବା ଲୋକଙ୍କୁ ଜମି ସେଟେଲମେଣ୍ଟରେ ଦିଆଯିବ । ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ  ।  ଏହା ମାଧ୍ୟମରେ ମହାପ୍ରଭୁଙ୍କ ପାଇଁ ଏକ ବଡ଼ କର୍ପସ ଫଣ୍ଡ ଗଠନ ହୋଇ ପାରିବ ବୋଲି ସେ କହିଛନ୍ତି  ।  ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।  ମହାପ୍ରଭୁଙ୍କର ୫୬ ହଜାର ଏକର ସମ୍ପତ୍ତି ରହିଛି ।  ସେଥିମଧ୍ୟରୁ ୩୬ ହଜାର ଏକରର ROR ସରକାରଙ୍କ ହସ୍ତଗତ ହୋଇଛି  ।  ସେଥିରୁ ୨୫ରୁ ୩୦ ପ୍ରତିଶତ ଜମି ଲମ୍ବା ସମୟ ଧରି ଲୋକମାନେ ଦଖଲରେ ରହୁଛନ୍ତି ।  ଆଜି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।  ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ କ୍ୟାବିନେଟ ଆନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ।

Share