Balianta

ପିପିଲି : ଯୁବକଙ୍କୁ ପିଟି ପିଟି ମାରିଦେଲେ ବାଲିଅନ୍ତା ଥାନା ଅଂଚଳରୁ । ଏପରି ଅଭିଯୋଗ ଆସିଛି ।  ଦିନ ଦ୍ବିପହରରେ ରାସ୍ତା ଉପରେ ଯୁବତୀଙ୍କୁ ଟଣା ଓଟରା ଘଟଣାକୁ ନେଇ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବେଣୁପୁର ଅଞ୍ଚଳରେ । ସୂଚନା ଅନୁଯାୟୀ, ନିଆଳି ବାହାରାଣରୁ ଆସୁଥିବା ଦୁଇ ଯୁବକ ଗାଡି ଧକ୍କା ଦେବାରୁ ବିରୋଧ କରିଥିଲେ ଯୁବତୀ ।

ଘଟଣାକୁ ନେଇ ରାସ୍ତା ଉପରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ଯୁବକ ।  ଏନେଇ ରାସ୍ତା ଉପରେ ହଙ୍ଗାମା ପରେ ଦୁଇ ଯୁବକକୁ ନିର୍ଦ୍ଧୁମ ପିଟିଥିଲେ ଉତ୍ୟକ୍ତ ଲୋକେ । ଲୋକଙ୍କ ମାଡରେ ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି  । ଅନ୍ୟ ଜଣେ ଯୁବକଙ୍କୁ ଥାନାରେ ପୋଲିସ ଅଟକ ରଖିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ପୋଲିସ ଉପସ୍ଥିତିରେ ଏପରି ଏକ ଅଘଟଣ ଘଟିଯିବା ନେଇ ଅଭିଯୋଗ ହୋଇଛି ।

Share