Anugul 1

 ଅନୁଗୁଳ : ଅନୁଗୁଳ ସହରରେ ସେକ୍ସ ରାକେଟ ଠାବ । ଦଲାଲ ଅଟକ, ଦୁଇ ଯୁବତୀ ଉଦ୍ଧାର । ଅନୁଗୁଳ ସହରର ତାମ୍ରିତ୍ କଲୋନୀ ଅଞ୍ଚଳରେ ଚାଲୁଥିବା ଏକ ସେକ୍ସ ରାକେଟ ଉପରେ ଅନୁଗୁଳ ଥାନା ପୁଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ଦୁଇ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଗୁପ୍ତ ସୂଚନା ପାଇ ପୁଲିସ ଚଢ଼ାଉ କରି ଘଟଣାର ପର୍ଦ୍ଦାଫାସ କରିଛି। ପୁଲିସ ଉଦ୍ଧାର ଯୁବତୀଙ୍କୁ ସୁରକ୍ଷା ହେଫାଜତରେ ରଖିଥିବା ବେଳେ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।

Share