Murder youth

ଜଳେଶ୍ବର : ଘର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କୁଣ୍ତୁଳୀ ଗାଁର ଯୁବକ ସୁରେଶ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ଯୁ । ତେବେ ମୃତ୍ଯୁର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ରାମବାସୀ ଏହା ଏକ ହତ୍ଯାକାଣ୍ତ ବୋଲି ଅଭିଯୋଗ କରିଛନ୍ତି ।  ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଖବର ପାଇ ସିଂଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ଯବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ କୁଣ୍ତୁଳୀ ଗାଁର ସ୍ବର୍ଗତ ବୃନ୍ଦାବନ ମଲ୍ଲିକଙ୍କ ପୂତ୍ର ସୁରେଶ ମଲ୍ଲିକ ସଙ୍କୀର୍ତନ ମଣ୍ତଳରେ ବାଦ୍ଯକାର ଭାବେ କାର୍ଯ୍ଯକରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ଆଜି ସକାଳେ ସୁରେଶଙ୍କ ମୃତଦେହକୁ ପରିବାର ଲୋକ ଘର ପଛ ପଟୁ ଉଦ୍ଧାର କରିଥିଲେ । ଏହି ଖବର ପ୍ରଚାରିତ ହେବାପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିବାରୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ଘଟଣା ସ୍ଥଳରେ ପୋଲିସ ମୃତ ଯୁବକଙ୍କ ସାନଭାଇକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Share