ଯାଜପୁର : ରାସ୍ତା ପାର ହେଉଥିବା ବେଳେ ଅଘଟଣ । ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପୁବଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୫୩ ନଂ ଜାତୀୟ ରାଜପଥରେ ଟ୍ରଲର ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ । ମହିଳା ଜଣକ ରାସ୍ତା ପାର ହେଉଥିବା ସମୟରେ ୧୮ଚକିଆ ଟ୍ରଲର ଗାଡି ମହିଳାଙ୍କ ଉପରେ ଓଲଟି ଥିଲା । ଟ୍ରଲର ଓଲଟିବା ଦ୍ବାରା ମହିଳା ଜଣକ ଟ୍ରଲର ତଳେ ଚାପିହୋଇ ରହିଛନ୍ତି ।

