ଭୁବନେଶ୍ୱର : ମୁହଁ ଖୋଲିଲେ ସୌମ୍ୟଙ୍କ ମା’ । ଉଭୟ ଯୁବତୀ ମିଛ କହୁଥିବା କହିଲେ ସୌମ୍ୟଙ୍କ ମାଆ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ । ଘଟଣାକୁ ନେଇ ମୁହଁ ଖୋଲିଲେ ସୌମ୍ୟଙ୍କ ମାଆ । ଯୁବତୀଙ୍କ ବିରୋଧରେ ଆଣିଲେ ପାଲଟା ଅଭିଯୋଗ । ଦୁଇ ଯୁବତୀ ମିଛ କହୁଥିବା ଅଭିଯୋଗ କରିଛନ୍ତି । ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ମାଆ ।
ଅନ୍ୟପଟେ ପାକିସ୍ତାନରେ ବି ଏଭଳି ନୃଶଂସ ହତ୍ୟା ହୋଇନଥିବ ଭଳି ଞ୍ଚାଲ୍ୟକର ବୟାନ ଦେଇଛନ୍ତି ସୋମ୍ୟ ରଞ୍ଜନ ସାଙ୍ଗ । ସେ କହିଛନ୍ତି, ସୁଚିନ୍ତିତ ଭାବରେ ସୋମ୍ୟଙ୍କୁ ହତ୍ୟା କରାଯାଇଛି । ଏଭଳି ନୃଶଂସ ହତ୍ୟା ଆମ ରାଜ୍ୟରେ କେବେ ହୋଇନାହିଁ । ଜିମରେ ଭଲ ଟ୍ରେନିଂ ଦିଅନ୍ତି ସୋମ୍ୟ । ପୋଲିସ ଉପସ୍ଥିତିରେ ହତ୍ୟା ହୋଇଛି । ଯୁବତୀମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସୋମ୍ୟଙ୍କ ସହଯୋଗୀ ଓମ ପ୍ରକାଶକୁ ଅଟକ ରଖିଛି ପୋଲିସ । ତାଙ୍କ ବୟାନ ପରେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ସୋମ୍ୟଙ୍କ ସାଙ୍ଗ ମକୁ ।

