Deputy cm anganwadi 2026 05 08 18 15 19

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ସହଯୋଗ କରିବାକୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ ଚିଠି ଲେଖିଛନ୍ତି।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବରେ ସେ ନିର୍ବାଚନମଣ୍ଡଳୀଗୁଡ଼ିକରେ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣ ଓ ଏହାର ବିକାଶ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଉପମୁଖ୍ୟମନ୍ତ୍ରୀ ସମସ୍ତ ଜନପ୍ରତିନିଧିଙ୍କୁ ଆହ୍ୱାନ କରିଛନ୍ତି। ଶ୍ରୀମତୀପରିଡ଼ା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିକାଶ ଓ ନିର୍ମାଣ କାର୍ଯ୍ୟ ଯେପରି ସମୟାନୁବର୍ତ୍ତୀ ଏବଂ ଗୁଣାତ୍ମକ ଭାବେ ସମାପ୍ତ ହୁଏ, ସେଥିପାଇଁ ବିଧାୟକମାନେ ନିଜ ନିଜ ସ୍ତରରେ ତଦାରଖ କରିବା ଆବଶ୍ୟକ। ବିଶେଷ କରି ନିଜ ନିଜର ନିର୍ବାଚନମଣ୍ଡଳୀରେ ଚାଲୁଥିବା କାର୍ଯ୍ୟରେ ମହିଳାମାନଙ୍କ ଭାଗିଦାରୀ ସୁନିଶ୍ଚିତ କରିବା  ଉପରେ ସେ ଏହି ଚିଠିରେ ଗୁରୁତ୍ୱାରୋପ କରିଛନ୍ତି।
ସୂଚନାଯୋଗ୍ୟଯେ, ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ୨୦୨୫-୨୬ ମଧ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର  ଭିତ୍ତିଭୂମି ସୁଦୃଢ଼ୀକରଣ ପଦକ୍ଷେପ ଅଧୀନରେ ସମୁଦାୟ ୩,୨୯୩ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦ୍‌ଘାଟିତ ହୋଇ ହସ୍ତାନ୍ତର ହୋଇଥିବା ବେଳେ ସମନ୍ବିତ ଶିଶୁ ଉନ୍ନୟନ ଯୋଜନା (ଆଇସିଡିଏସ୍‌) ଯୋଜନା ଅଧୀନରେ ଓଡ଼ିଶାର ୧୨,୧୪୦ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ିରେ ରୂପାନ୍ତରିତ କରାଯାଇଛି।

Share