Tftggnghf 1024x609

କେନ୍ଦୁଝର  : ଓଲଟିଲା ଯାତ୍ରୀବାହୀ ବସ । ୧୫ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ମସିଣାବିଲା ଛକରେ ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ହାଇୱା । ଦୁର୍ଘଟଣାରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି  l ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ପହଁଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି  l ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ, ବସ୍ ଟି ବାମପାର୍ଶ୍ୱରୁ ଡିଭାଇଡର ଡେଇଁ ରାସ୍ତାର ଡାହାଣ ପାର୍ଶ୍ୱରେ ଓଲଟି ପଡିଥିଲା  l ଦୁର୍ଘଟଣା ଘଟାଇ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ସେପଟେ ଗତକାଲି ଅନୁଗୁଳ କିଆକଟା ଛକରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ବିବାହ ସାରି ବରଯାତ୍ରୀ ଘରକୁ ଫେରୁଥିବା ବେଳେ ବୋଲେରୋ ସହ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଡ୍ରାଇଭର ସମେତ ୨ ଗୁରୁତର ଓ ଅନ୍ୟ ୩ ଆହତ ହୋଇଥିଲେ । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ବିବାହରୁ ଫେରୁଥିବା ବରଯାତ୍ରୀ ଗାଡ଼ି କିଆକଟା ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

Share