ତାମିଲନାଡୁ : ବିଜୟଙ୍କ ସରକାର ଗଠନ କରିବା ନେଇ ତୁଟିଲା ସବୁ ଦ୍ବନ୍ଦ୍ବ । ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ । ଏହାସହିତ ଟିଭିକେ ବହୁମତ ସଂଖ୍ୟା ପାର୍ କରିଛି । ସିପିଆଇ, ସିପିଏମ୍ ଏବଂ ଭିସିକେର ୨ଟି ଲେଖାଏ ମିଶି ୬ ସିଟ୍ ରହିଛି । କଂଗ୍ରେସର ୫ ସିଟ୍ ରହିଛି । ଏମାନେ ଟିଭିକେକୁ ସମର୍ଥନ କରିବା ପରେ ବହୁମତ ହାସଲ କରିଛି ।
ତାମିଲନାଡୁରେ ବିଜୟଙ୍କ ଟିଭିକେର ବିଜୟ ହାସଲ କରି ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଚଳାଇଛି । ସିପିଏମ୍, ସିପିଆଇ ଏବଂ ଭିସିକେ ଥାଲାପତି ବିଜୟଙ୍କ ନେତୃତ୍ୱାଧୀନ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ୩ ଦଳର ସମର୍ଥନ ସହିତ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି । ଏହି ତିନୋଟି ଦଳର ସମର୍ଥନ ସହିତ, ଥାଲାପତି ବିଜୟଙ୍କ ପାଖରେ ଏବେ ମୋଟ ୧୧୮ ଜଣ ବିଧାୟକଙ୍କ ସମର୍ଥନ ଅଛି, ଯାହା ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା । ଆଜି ତୃତୀୟ ଥର ପାଇଁ ରାଜ୍ୟାପାଳଙ୍କୁ ଭେଟିବେ ବିଜୟ । ଏହି ବୈଠକ ଅପରାହ୍ନ ୪ଟା୩୦ରେ ହେବାର କାର୍ଯ୍ୟକ୍ରମ ରହିଛି ।

