Accident 3

ବ୍ରହ୍ମପୁର: ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଲିଡାବା ନିକଟରେ ଏପରି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ପୋଲସରାରୁ ପୁରୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ ସହ ଭୁବନେଶ୍ବରରୁ କୋଦଳା ଅଭିମୁଖେ ଆସୁଥିବା ଏକ ମୃଦୁ ପାନୀୟଜଳ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।  ଫଳରେ ବସରେ ଥିବା ଯାତ୍ରୀ ମାନେ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ବସ ଭିତରେ ଚାପି ହୋଇ ରହିଛନ୍ତି ।

ଆହୁରି କିଛି ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି ।  ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଥିବା ସୂଚନା ମିଳିଛି । ୨ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଜିଥିବା ବେଳେ ଅନ୍ୟ ଆହତ କୋଦଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ଖବର ପାଇ କୋଦଳା ଦମକଳ ବାହିନୀର କର୍ମଚାରୀମାନେ ଓ ପୋଲିସ ଘଟଣା ସ୍ଥଳରେ ପହଁଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ ।  ଅନ୍ୟପଟେ ଟ୍ରକ ଡ୍ରାଇଭର ମଧ ଚାପି ହୋଇ ରହିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।  ଆସିକା ଭୁବନେଶ୍ବର ରାସ୍ତାରେ ଯାତାୟତ ବନ୍ଦ ହୋଇଛି ।

Share