Youth c

ଢେଙ୍କାନାଳ: ନ୍ୟାୟ ଦାବିରେ ଟାୱାରରେ ଚଢି ଯୁବକଙ୍କ ଜୀବନ ହାରିବାକୁ ଉଦ୍ୟମ । ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁର ରୁଦ୍ରନାରାୟଣ ଦାସ । ଢେଙ୍କାନାଳ ଟାଉନ ଥାନା ଆଗରେ ଥିବା ଟାୱାର ଉପରେ ଚଢ଼ି ହାଇଡ୍ରାମା କରିଛନ୍ତି ଯୁବକ। ଚାକିରି ଓ ଅସୁସ୍ଥ ବାପାଙ୍କ ଚିକିତ୍ସା ଦାବିରେ ଏଭଳି ପ୍ରତିବାଦ କରିଛନ୍ତି ରୁଦ୍ର ନାରାୟଣ । ଘଟଣାସ୍ଥଳରେ ଅଗ୍ନି ଶମ ବିଭାଗ କର୍ମଚାରୀ , ପୋଲିସ ପହଞ୍ଚି ଉଧାର ପାଇଁ ଉଦ୍ୟମ କରିଥିଲା|

୨୦୧୮ରେ ଓଏସଓପିରେ ଭର୍ତ୍ତି ହୋଇଥିଲେ ରୁଦ୍ର ନାରାୟଣ । ଟ୍ରେନିଂ ବେଳେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବିଶ୍ରାମ ପାଇଁ ପଠାଇ ଦିଆଯାଇଥିଲା । ସେ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ପୁନଶ୍ଚ ଚାକିରି ଖଣ୍ଡିକ ପାଇବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କଠୁ ନେଇ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିରାଶ ହୋଇଛନ୍ତି । ବିଭିନ୍ନ ସମୟରେ ସମସ୍ୟା ନେଇ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀଙ୍କୁ ବି ଏକ୍ସରେ ଲେଖିଥିଲେ ରୁଦ୍ର । ହେଲେ କିଛି ସମାଧାନ ନହେବାରୁ ସେ ମାନସିକ ଭାବେ ଭାଙ୍ଗି ପଡିଥିଲେ । ଅନ୍ୟପଟେ ରୋଗଗ୍ରସ୍ତ ବାପା-ମାଆଙ୍କ ଚିକିତ୍ସା ପାଇଁ ବିଚଳିତ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ରୁଦ୍ର ନାରାୟଣ ।

Share