Elephant 1

ହିନ୍ଦୋଳ: ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଜଣେ ମହିଳା ମୃତ । ମୃତ ମହିଳା ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ ବାରସିଙ୍ଗା ଗାଁର ଭାରତୀ ବିଶ୍ଵାଳ । ଘର ପଛକୁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥା ରେ ପରିବାର ଲୋକ ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ, ଗତମାସ ଢେଙ୍କାନାଳ ସଦର ରେଞ୍ଜ ସଂସାଇଲ ଗାଁ ନିକଟରେ ହାତୀ ଆକ୍ରମଣରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧା ମହିଳା ହେଲେ ବ୍ରଜ ବନ୍ଧୁ ସାହୁଙ୍କ ପତ୍ନୀ ଗୀତାଞ୍ଜଳୀ ସାହୁ । ସକାଳୁ ଗାଁ ନିକଟ ଆମ୍ବ ତୋଟାକୁ ଯାଇ ଆମ୍ବ ଗୋଟାଉଥିବା ବେଳେ ଦନ୍ତାହାତୀ ଆକ୍ରମଣ ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହାତୀର ଗତି ବିଧି ଉପରେ ନଜର ରଖିଥିଲା ।

Share