Screenshot 2026 05 12 111422

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ।  ନିତିନ ନବୀନ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ।  ଜଟଣୀରେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଉଦଘାଟନୀ ସହ ନିଜର ଅଭିଭାଷଣ ରଖିବେ ନିତିନ ନବୀନ ।  ସେହିଦିନ ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କୋର କମିଟି ବୈଠକରେ ଯୋଗଦେବେ ।

ମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।  ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ବ୍ଲୁ-ପ୍ରିଣ୍ଟ ହୋଇପାରେ ।  ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ନିତିନ ଆସୁଛନ୍ତି ଓଡ଼ିଶା ।  ୧୮ ତାରିଖ ସକାଳ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନୀତିନ ।  ରାଜ୍ୟ ବିଜେପି ତୁଙ୍ଗ ନେତୃତ୍ୱ ଓ ହଜାର ହଜାର କର୍ମୀ ସ୍ୱାଗତ କରିବେ ।  ବିମାନବନ୍ଦରରୁ ସିଧାସଳଖ ବିଶାଳ ଶୋଭାଯାତ୍ରାରେ ଜଟଣୀ ପର୍ଯ୍ୟନ୍ତ ନିଆଯିବ ।

ରାଲି ଜରିଆରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ରଖିଛି ଯୋଜନା ।  ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଦିନ ୨ଟା ପର୍ଯ୍ୟନ୍ତ ରହି କର୍ମୀଙ୍କୁ ସମ୍ବୋଧନ କରିବେ ।  ସାଂଗଠନିକ ମାର୍ଗଦର୍ଶନ ପ୍ରଦାନ କରିବେ । ନିତିନଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଏନେଇ ହୋଇଛି ବୈଠକ ।

ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କ ଓଡିଶା ଗସ୍ତ ଗୁରୁତ୍ୱ ବହନ କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।  ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ତାଙ୍କର ମାର୍ଗଦର୍ଶନ କର୍ମକର୍ତ୍ତାଙ୍କ ମଧ୍ୟରେ ନୂଆ ଉର୍ଜା ଭରିବ ।  ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଶିକ୍ଷଣ ଶିବିରରେ ନୀତିନଙ୍କ ଉପସ୍ଥିତି ବିରୋଧୀଙ୍କୁ କଡ଼ା ଟକ୍କର ଦେବା ପାଇଁ ଦଳକୁ ରଣନୈତିକ ଭାବେ ପ୍ରସ୍ତୁତ କରିବ  ।

Share