Tiger in similipal national india tour operator 750x430 1 1 1

ବ୍ରହ୍ମପୁର: ଚାରି ଦିନ ହେବ ବନ ବିଭାଗର ନିଦ ହଜାଇ ଦେଲାଣି ବାଘ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳର ରତନେଇ ମନ୍ଦିର ନିକଟ ଜଙ୍ଗଲରେ ଜଣେ ଯୁବକ ଏକ ବାଘ ରାସ୍ତା ପାର ହେବା ବେଳର ଭିଡିଓ କରି ସୋସିଆଲ ମିଡିଆରେ ଛାଡିଥିଲେ। ଏହାକୁ ଦେଖି ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ପଦକ୍ଷେପ ନେଇଛି ବିଭାଗ । ସେପଟେ ବାଘ ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ଥିବା ପ୍ରଚାର ହେବାପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ଶନିବାର ରାତି । ଦିଗପହଣ୍ଡିରୁ କିଛି ଯୁବକ କାରରେ ଚିକିଟି ଫେରୁଥିଲେ। ରତ୍ନେଶ୍ବରୀ ମନ୍ଦିର ନିକଟସ୍ଥ ପାହାଡ଼ ଉପରେ ଥିବା ବୁଲାଣି ପାଖରେ କାର ଲାଇଟ ଯୋଗେ ବାଘ ଥିବା ଜାଣିବା ପରେ ସେମାନେ ଏହି ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡିଥିଲେ । ସକାଳୁ ସକାଳୁ ଦିଗପହଣ୍ଡି ବନାଞ୍ଚଳ ରେଞ୍ଜର ଓ କର୍ମଚାରୀ ପହଞ୍ଚି ଜଙ୍ଗଲର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ ।  ରବିବାର ରାତିରେ ଗତିବିଧି ଜଣା ପଡିନଥିଲା । ମାତ୍ର ସୋମବାର ରାତିରେ ରତ୍ନେଶ୍ବରୀ ମନ୍ଦିର ଠାରୁ ଅଳ୍ପ ଦୂର ଜକର ଗାଁ ନିକଟରେ ଏକ ଛୋଟିଆ ବସ୍ତି ନିକଟରେ ବାଘ ଥିବା ଗ୍ରାମବାସୀ କହିଛନ୍ତି । ସନ୍ଧ୍ୟା ୭ଟାରେ କୁକୁର ଭୁକିବା ପରେ କେହି ଜଣେ ବାଘ ଥିବା ଚିତ୍କାର କରିଥିଲେ । ବନବିଭାଗ ପହଞ୍ଚି ରାତି ୧୨ଟା ପର୍ଯ୍ୟନ୍ତ ଜଗି ରହିଥିଲେ ।

Share