Accident 3

ସମ୍ବଲପୁର: ୨ ଗାଡି ମୁହାଁମୁହିଁ ଧକ୍କା ୩ ମୃତ୍ୟୁ ।  କୁଚିଣ୍ଡା ଥାନା ନିକଟସ୍ଥ ଫରେଷ୍ଟ ପାର୍କ ନିକଟରେ  ସ୍କର୍ପିଓ ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ।  ଘଟଣାସ୍ଥଳରେ ୨ ବାଇକ ଆରୋହୀ ମୃତ ହୋଇଥିବା ବେଳେ ।  ଜଣେ ଶିଶୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହେବା ସମୟରେ ଶିଶୁ ଟି ମୃତ ବରଣ କରିଛି । ବାଇକ ଆରୋହୀ କୁଚିଣ୍ଡା ମେଡିକାଲକୁ ନିଜ ସମ୍ପର୍କୀୟଙ୍କୁ ଭେଟି ଗାଁ କୁ ଫେରୁଥିବା ସମୟରେ ଗୁଦଗୁଦାରୁ  ସ୍କର୍ପିଓ କୁଚିଣ୍ଡା ଫରେଷ୍ଟ ପାର୍କ ନିକଟରେ ବାଇକ ସହ ଧକ୍କା ହେଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସ୍କର୍ପିଓରେ ସମସ୍ତେ ଫେରାର ଥିବା ବେଳେ ମୃତକଙ୍କୁ ପୋଲିସ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ରାଜଧାନୀରେ ପୁଣି ଦୁଃଖଦ ଦୁର୍ଘଟଣା ଘଟିଥିଲା ।  ଅକାଳରେ ଚାଲିଗଲା ଦୁଇଟି ଜୀବନ । ସପ୍ତାହେ ବି ପୁରିନି ବରମୁଣ୍ଡା ଓଭରବ୍ରିଜ୍ ଦୁର୍ଘଟଣାକୁ । ଯେଉଁଠି ତିନି ତିନି ଜଣ ପ୍ରାଣ ହରାଇ ଥିଲେ ।  ଆଉ ଏବେ ଚନ୍ଦକା ଅଞ୍ଚଳରେ ଜୀବନ ଯାଇଛି ଦୁଇ ଜଣ ଇଞ୍ଜିନିୟରି ଛାତ୍ରଙ୍କର । ଘଟଣା କିଛି ଏପରି ଥିଲା ।  ସାତ ଜଣ ସାଙ୍ଗ ଆଜି ଭୋର ସମୟରେ ଗୋଟିଏ ବୋଲେରୋରେ ବାହାରି ଥିଲେ ଯିବା ପାଇଁ ।  ଚନ୍ଦକା ଭୋଳା ଛକ ନିକଟରେ ହାଇୱା ଧକ୍କା ଦେଲା ସେମାନଙ୍କ ଗାଡିକୁ  ।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସେହି ଗାଡ଼ି ଭିତରେ ଚାପି ହୋଇ ରହିଗଲେ ସମସ୍ତେ  ।

Share