Soro 2

ସୋର: ସୋରରେ ଘଟିଛି ଅଘଟଣ । ଖଣି ଅଧିକାରିଙ୍କୁ ଆକ୍ରମଣ । ପୁଣି ଦେଖାଦେଇଛି ମୋରମ ମାଫିଆଙ୍କ ଆତଙ୍କରାଜ । କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆଙ୍କ ସଂଘବନ୍ଧ ଆକ୍ରମଣ କରାଯାଇଛି । ଟେକା ଓ ପଥର ଫିଙ୍ଗି ଗାଡ଼ିର କାଚ ଭାଙ୍ଗିଲେ ମାଫିଆ । ଜୀବନରୁ ମାରିଦେବାକୁ ମଧ୍ୟ ଦେଲେ ଧମକ । ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ସୁନ୍ଦରପୁର ଅଞ୍ଚଳରେ ଦେଖାଦେଇଛି ଏହିପରି ଅଭାବନୀୟ ଘଟଣା ।

ବେଆଇନ ମୋରମ ଖୋଳା ଚାଲିଥିବା ନେଇ କନିଷ୍ଠ ଖଣି ଅଧିକାରୀ ଅଭିଷେକ ବେହେରା ପହଁଚିଥିଲେ। ଘଟଣା ସ୍ଥଳରେ ଚଢ଼ାଉ ବେଳେ ଅତର୍କିତ ଆକ୍ରମଣ କରିଥିଲେ ମାଫିଆ । ଜୀବନ ଭୟରେ ଘଟଣା ସ୍ଥଳରୁ ପଳେଇ ଆସିଥିଲେ ଖଣି ଅଧିକାରୀ । ହେଲେ ମାଫିଆ ମାନେ ଖଣି ଅଧିକାରୀଙ୍କ ଗାଡି ଖଇରା ଥାନା ପର୍ଯ୍ୟନ୍ତ ଗୋଡ଼ାଇଥିଲେ । ଖଇରା ଥାନାରେ ଅଭିଯୋଗ ପରେ ପୋଲିସ ଅଧିକ ତଦନ କରୁଛି ।

Share