Chilika

ପିପିଲି: ଡିଜେଲ ଅଭାବରୁ ସମୁଦ୍ର ମଝିରେ ଫସିଲେ ମତ୍ସ୍ୟଜୀବୀ । ଚିଲିକାକୁ ମାଛ ଧରିବାକୁ ଯାଇ କଣାସ ଅଞ୍ଚଳର ଅନେକ ମତ୍ସ୍ୟଜୀବୀ ଫସିଛନ୍ତି । ଚିଲିକା ଭିତରେ ଥିବା ଛୋଟ ଟାପୁରେ ଆଶ୍ରୟ ନେଇଛନ୍ତି । କଣାସ ଜାଗୁଳାଇପଦର ଠାରୁ ୮ କିଲୋମିଟର ଦୂରରେ ଥିବା ଦୟାନଦୀ ମୁହାଣରେ ବି ଏକାଧିକ ଡଙ୍ଗା ତେଲ ଅଭାବରୁ କୂଳରେ ଲାଗିଛି । ଏପଟେ ଚିଲିକା ଭିତରେ କଣାସ ଅଞ୍ଚଳର ପ୍ରାୟ ୪୦ ଟି ଡ଼ଙ୍ଗା ଓ ସେଥିରେ କାର୍ଯ୍ୟରତ ଥିବା ୧୦୦ ରୁ ଅଧିକ ମସ୍ୟଜୀବୀ ଏବେ ଚିନ୍ତାରେ । ତେଲ ଶେଷ ହୋଇଯାଇଥିବା ଯୋଗୁ ଘରକୁ ଫେରିପାରୁନାହାନ୍ତି ।

ଅନ୍ୟପଟେ, ଆଜି ସକାଳୁ ସକାଳୁ ତେଲ ଟାଙ୍କିରେ ପ୍ରବଳ ଭିଡ଼। ଭୋରରୁ ପେଟ୍ରୋଲ ଟାଙ୍କି ଲୋକଙ୍କ ଭିଡ଼ ଜମିଛି । ସାରା ରାଜ୍ୟରେ ତେଲ ପାଇଁ ହାହାକାର । ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ପ୍ରବଳ ଭିଡ଼ । ଘଣ୍ଟା ଘଣ୍ଟା ଧରି ଗାଡ଼ି ଧରି ଛିଡ଼ା ହେଉଛନ୍ତି ଲୋକେ । ଉପକୂଳରୁ ଉପାନ୍ତ। ଦକ୍ଷିଣରୁ ପଶ୍ଚିମ ରାଜ୍ୟର ସବୁଠି ପେଟ୍ରୋଲ ଓ ଡିଜେଲ ପାଇଁ ସମାନ ସ୍ଥିତି ।

Share