Bdk

ବାସୁଦେବପୁର: ପିକଅପ ଭ୍ୟାନରୁ ଓଲଟି ୨୭ରୁ ଅଧିକ ଶ୍ରମିକ ଗୁରୁତର। ଭଦ୍ରକ ଜିଲ୍ଲା ବାସୁଦେବପୁର ରାସ୍ତାର ବେକମୁଡି ଛକ ନିକଟରେ ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ପିକଅପ ଭ୍ୟାନ ।  ତା ମଧ୍ୟରେ ଥିବା ୨୭ରୁ ଅଧିକ ଶ୍ରମିକ ଗୁରୁତର । ସମସ୍ତଙ୍କୁ ଉଦ୍ଧାର କଲା ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ । ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଶ୍ରମିକ ଓ ମିକ୍ସସର ମେସିନକୁ ନେଇ ଆସୁଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟି ପଡିଥିଲା ।

ସେହି ବାଟ ଦେଇ ଯାଉଥିବା ଏକ ବସ ସମସ୍ତଙ୍କୁ ଉଦ୍ଧାର କରିବା ସହିତ ନିକଟସ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଓଲଟି ଥିବା ଗାଡି ତଳୁ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ । ସରକାର ନିୟମ କରିଛନ୍ତି ମାଲବାହି ଗାଡ଼ିରେ କେହି ଲୋକ ନେଇ ପାରିବେ ନାହିଁ । ହେଲେ କେମିତି ପିକଅପ ଭ୍ୟାନରେ ୨୭ରୁ ରୁ ୩୦ ଶ୍ରମିକ ସମେତ ମିକ୍ସସର ମେସିନକୁ ନେଇ ଆସୁଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।

Share