ବ୍ରହ୍ମପୁର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିରେ ଏହାର ଭିଡିଓ ଭାଇରାଲ ହୋଇଛି । ଆକ୍ରମଣକାରୀ ଦୁଇଜଣ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କ ସାନ ଭାଇ ଲାଞ୍ଜିପଲ୍ଲୀର ଆଶିଷ କୁମାର ସାହୁ । କାହିଁକି ରାସ୍ତାରେ ଲୋକଙ୍କ ସାମ୍ନାରେ ଏମିତି ଆକ୍ରମଣ କଲେ? ସେନେଇ ପୋଲିସ ଦୁଇ ଭାଇଙ୍କୁ ନେଇ ଅଧିକ ତଦନ୍ତ କରୁଛି । ସେହିଳଭି ଆହତ ହୋଇଥିବା ଉମେଶ ରଥ ଓ ତାଙ୍କ ମହିଳା ବନ୍ଧୁଙ୍କ ଚିକିତ୍ସା ଏମକେସିଜିରେ କରାଯାଉଛି ।
ଗତକାଲି ରାତି ୯ଟା ସମୟରେ ଉମେଶ ରଥ ନାମକ ଜଣେ ଯୁବକ ଓ ମହିଳା ବନ୍ଧୁଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ ହେଉଛି । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଉମେଶ ଗତ କିଛି ଦିନ ଧରି ଏକ ମାମଲାରେ ଫେରାର ରହିଥିଲା । ନିକଟରେ ସେ ଆଗୁଆ ଜାମିନ ପାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉମେଶକୁ ଦୁଇ ଭାଇ ଆକ୍ରମଣ କରୁଥିବା ଭିଡ଼ିଓରୁ ସ୍ପଷ୍ଟ ହୋଇଛି । ଖବରପାଇ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ବର୍ତ୍ତମାନ ସୁଦ୍ଧା ଆକ୍ରମଣ ମାମଲାରେ ୫ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିବା କହିଛି ପୋଲିସ । ଏହା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି । ପୂର୍ବ ଶତ୍ରୁତାରୁ ଉମେଶଙ୍କୁ ଏହି ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି ବୋଲି କହିଛନ୍ତି ଏସପି ଡା.ସରବଣା ବିବେକ ଏମ୍ ।
ଏସପି ଆହୁରି କହିଛନ୍ତି ଯେ, ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି । ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ସଂଗ୍ରହ କରିଛି । ଆହତଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
ସପେଟେ, ଆକ୍ରମଣ ଶୀକାର ହୋଇଥିବା ଯୁବକ ଉମେଶ ରଥ ଓ ତାଙ୍କ ବାନ୍ଧବୀଙ୍କୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ଆକ୍ରମଣରେ ଉମେଶ ରଥଙ୍କ ଗୋଡ ଭାଙ୍ଗିଯାଇଛି । ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି । ତେବେ ଉମେଶଙ୍କ ନାଁରେ ବ୍ରହ୍ମପୁରର ବିଭିନ୍ନ ଥାନାରେ ୧୫ଟି ଅପରାଧିକ ମାମଲା ରହିଛି । ସେ ସର୍ତ୍ତମୂଳକ ଜାମିନ୍ ରେ ବାହାରକୁ ଆସିଛିନ୍ତି ।

