କେନ୍ଦୁଝର: କେନ୍ଦୁଝରରେ ପୋଲିସର ଅପରେସନ୍ ବୈତରଣୀ । ବାଲିମାଫିଆଙ୍କ ବିରୋଧରେ ଜିଲ୍ଲା ପୋଲିସର ଅପରେସନ ବୈତରଣୀ । ବେଆଇନ ବାଲି ଖଣି, ପରିବହନ ଏବଂ ନକଲି ଟ୍ରାଞ୍ଜିଟ୍ ପାସ୍ ବ୍ୟବହାର ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡରେ କେନ୍ଦୁଝର ପୋଲିସ। ଆନନ୍ଦପୁର, ଘସିପୁରା, ନନ୍ଦୀପଦା ଏବଂ ଘଟଗାଁ ଥାନା ଅଞ୍ଚଳର ୧୨ଟି ସ୍ଥାନରେ ଏକକାଳୀନ ଚଢାର କରିଥିଲା । ବେଆଇନ ବାଲି କାରବାରରୁ ଆୟ ସନ୍ଦେହରେ ୨୭ ଲକ୍ଷରୁ ଅଧିକ ନଗଦ ଟଙ୍କା, ନକଲି ଟ୍ରାଞ୍ଜିଟ୍ ପାସ୍ , ଏକାଧିକ ବ୍ୟାଙ୍କ ଆକାଉଣ୍ଟ ସହ ବେଆଇନ ପରିବହନ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ସନ୍ଦେହରେ ୩୦ରୁ ଅଧିକ ଗାଡ଼ି ଜବତ କରାଯାଇଛି।
ବେଆଇନ ବାଲି ମାଫିଆରେ ଜଡ଼ିତ ୧୦ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ। ଏମାନଙ୍କ ବିରୋଧରେ ସଂଗଠିତ ଅପରାଧ, ଜାଲିଆତି, ବେଆଇନ ଖଣି ଏବଂ ଅପରାଧିକ ଷଡ଼ଯନ୍ତ୍ର ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦୁଝର ଏସପି ନିତିନ କୁଶଲକର ।

