Images

ପଟ୍ଟାମୁଣ୍ଡଇ: ଶଶୁର ଘରେ ଜ୍ୱାଇଁଙ୍କୁ ମାଡ଼ ଅଭିଯୋଗ । ପଟ୍ଟାମୁଣ୍ଡଇ ଆଦର୍ଶ ଥାନା ଅନ୍ତର୍ଗତ ସେକପୁର ବନ୍ଧସାହି ଗାଁରେ ଶଶୁର ଘର ଲୋକଙ୍କ ସଂଘବଦ୍ଧ ଆକ୍ରମଣ । ଜ୍ବାଇଁ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତ ଯୁବକ ମହାକାଳପଡ଼ା ଥାନା ଅଳାଇଲେ ଗାଁର ସୁଦର୍ଶନ ସେଠୀ ।

୩ ବର୍ଷ ତଳେ ପୂର୍ଣ୍ଣିମା ସେଠୀକୁ ପ୍ରେମ ବିବାହ କରିଥିଲେ । ଆରମ୍ଭରୁ ସୁଦର୍ଶନ ଓ ପୂର୍ଣ୍ଣିମାଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । କିଛି ଦିନ ତଳେ କଳି କଜିଆ ଲାଗିବାରୁ ପୂର୍ଣ୍ଣିମା ଘର ଛାଡ଼ି ବାପ ଘରକୁ ଚାଲି ଆସିଥିଲେ । ୧୭ ତାରିଖରେ ସୁଦର୍ଶନ ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଦୁଇ ଜଣ ଯୁବକଙ୍କ ସହ ସେକପୁର-ବନ୍ଧସାହିକୁ ଆସିଥିଲେ । ଏହି ସମୟରେ ସୁଦର୍ଶନ ଅତ୍ୟଧିକ ମଦ୍ୟପାନ କରି ଶଶୁର ଘରେ ଗଣ୍ଡଗୋଳ କରିଥିବାରୁ ତାଙ୍କୁ ପରିବାର ସଦସ୍ୟ ଓ ପଡ଼ୋଶୀ ବାନ୍ଧି ମାଡ଼ ମାରିଥିଲେ । ଏ ନେଇ ଆହତ ସୁଦର୍ଶନଙ୍କ ଭଉଣୀ କଣ୍ଢେଇ ସେଠୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

Share