ନରସିଂହପୁର : କଟକ ମାଣିଆବନ୍ଧରେ ଚାଞ୍ଚଲ୍ୟ । ତାଳମୁଣ୍ଡଳୀ ଶବରସାହି ଗାଁରେ ଯୁବକଙ୍କୁ ହତ୍ୟା କରି ପୋଡିଦେଲେ। ୨୩ ଜଣଙ୍କୁ ଉଠାଇନେଲା ପୋଲିସ । ମୃତକ ଉକ୍ତ ଗାଁର ଟିକନ ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟିକନକୁ ହତ୍ୟା କରାଯାଇଥିବା ଅଭିଯୋଗ ପରିବାର ଲୋକ । ଅଭିଯୋଗ ପରେ ଗାଁର ୨୩ ଜଣଙ୍କୁ ଉଠାଇନେଇଛି ମାଣିଆବନ୍ଧ ପୋଲିସ । ସମସ୍ତଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ଘଟଣା ପରେ ଗାଁ ପୁରୁଷଶୁନ୍ୟ ହୋଇଯାଇଛିଛ । ଅନ୍ୟପଟେ ଗାଁର କିଛି ମହିଳା ବଡମ୍ବା ଓ ମାଣିଆବନ୍ଧ ଥାନା ସମ୍ମୁଖରେ ପ୍ରତିବାଦ କରିଛନ୍ତି।
ସେହିପରି ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସୋସିଆଲ ମିଡିରେ ଭିଡିଓ ଭାଇରାଲ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଆକ୍ରମଣକାରୀ ଦୁଇଜଣ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କ ସାନ ଭାଇ ଲାଞ୍ଜିପଲ୍ଲୀର ଆଶିଷ କୁମାର ସାହୁ । କାହିଁକି ରାସ୍ତାରେ ଲୋକଙ୍କ ସାମ୍ନାରେ ଏମିତି ଆକ୍ରମଣ କଲେ? ସେନେଇ ପୋଲିସ ଦୁଇ ଭାଇଙ୍କୁ ନେଇ ଅଧିକ ତଦନ୍ତ କରୁଛି । ସେହିଳଭି ଆହତ ହୋଇଥିବା ଉମେଶ ରଥ ଓ ତାଙ୍କ ମହିଳା ବନ୍ଧୁଙ୍କ ଚିକିତ୍ସା ଏମକେସିଜିରେ କରାଯାଉଛି ।

